ଚେନ୍ନାଇ: ସାଉଥ ସିନେମାର ଭେଟେରାନ ଅଭିନେତା ବିକ୍ରମଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ଖବର ଅନୁଯାୟୀ ବିକ୍ରମଙ୍କୁ ଚେନ୍ନାଇର କାବେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିକ୍ରମଙ୍କ ସ୍ୱାସ୍ଥ୍ୟ ଶୁକ୍ରବାର ହଠାତ୍ ଖରାପ ହୋଇଯାଇଛି। ଏହା ପରେ ବିକ୍ରମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | କୁହାଯାଉଛି ଯେ ଗତକାଲିଠାରୁ ବିକ୍ରମ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। କିନ୍ତୁ ଆଜି ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଆଜି ଛାତିରେ ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
କୁହାଯାଉଛି ଯେ ବିକ୍ରମ ହୃଦଘାତର ଶିକାର ହୋଇଛନ୍ତି | ଏହି ଖବର ଶୁଣି ସୋସିଆଲ ମିଡିଆ ୟୁଜର୍ସ ବିକ୍ରମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନା ଥାଉ କି ଯେ ବିକ୍ରମ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ପୋନିୟିନ୍ ସେଲଭାନ୍ ପାର୍ଟ ୱାନରେ ଖୁବ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି। ନିକଟରେ ପୋନିୟିନ୍ ସେଲଭାନରେ ବିକ୍ରମଙ୍କ ଲୁକ ବାବଦରେ ଜଣାପଡିଥିଲା | ଏହି ଚଳଚ୍ଚିତ୍ରରେ ବିକ୍ରମଙ୍କ ସହ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ପୋନିୟିନ୍ ସେଲଭାନ୍ ଚଳିତ ବର୍ଷ ୩୦ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/main-qimg-a30cab0d4440345b572aa7feef85f4a4-lq.jpg)