ବିକ୍ରାନ୍ତଙ୍କୁ ଭେଟିବା ପାଇଁ ବିବାହ ମଣ୍ଡପ ଛାଡ଼ି ଚାଲି ଆସିଲେ ମହିଳା, ଘଣ୍ଟାଏ ଅପେକ୍ଷା କରିବା ପରେ…

ନୂଆଦିଲ୍ଲୀ : ଅଭିନେତା ବିକ୍ରାନ୍ତ ମାସେ ନିଜ ଚେଷ୍ଟାରେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଖୁବ୍‌ କମ ସମୟରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିଥିବା ବେଳେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳିବାରେ ଲାଗିଛି । ଏବେ ସେ ଫିଲ୍ମ ଛପାକ ପାଇଁ ସୁଟିଂ କରୁଥିବା ବେଳେ ତାଙ୍କ ବିପକ୍ଷରେ ମସ୍ତାନୀ ଦୀପିକା ପାଦୁକୋନ ନଜର ଆସୁଛନ୍ତି । ତେବେ ସୁଟିଂ ସମୟରେ ତାଙ୍କ ସହ ଯାହା ଘଟିଥିଲା, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀର ସାକେତରେ ଫିଲ୍ମର ସୁଟିଂ ଚାଲୁଥିବା ବେଳେ ବିକ୍ରାନ୍ତଙ୍କ ସହ ଯାହା ଘଟିଥିଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Times of India

ସୂଚନା ମୁତାବକ, ଜୁନ୍‌ ୬ରେ ଜଣେ ମହିଳା ନିଜ ବିବାହ ମଣ୍ଡପରୁ ଚାଲି ଆସି ସୁଟିଂ ସେଟ୍‌ରେ ପହଞ୍ଚିଥିଲେ । ବିକ୍ରାନ୍ତଙ୍କୁ ଭେଟିବା ପାଇଁ ସେ ସୁଟିଂ ସେଟ୍‌ ବାହାରେ ପହଞ୍ଚିବା ପରେ ତାଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇ ନଥିଲା । ଯାହା ପରେ ସେ ବାହାରେ ବସି କାନ୍ଦିବା ଆରମ୍ଭ କରିଥିଲେ । ଘଣ୍ଟାଏ ବସିବା ପରେ ନ ଯିବାରୁ ବିକ୍ରାନ୍ତ ଆସି ମହିଳାଙ୍କ ସହ କଥା ହୋଇଥିଲେ ଏବଂ ଫେରିଯିବାକୁ କହିଥିଲେ । କିନ୍ତୁ ମହିଳାଜଣଙ୍କ ନ ମାନିବାରୁ ପରେ ପୁଲିସର ସାହାଯ୍ୟ ନିଆଯାଇ ମହିଳାଙ୍କୁ ସେଠାରୁ ନିଆ ଯାଇଥିଲା ।

ସମ୍ବନ୍ଧିତ ଖବର