ଅହମଦାବାଦ: ସମ୍ପର୍କୀୟଙ୍କୁ ହରାଇଛନ୍ତି ବଲିଉଡ ଅଭିନେତା ବିକ୍ରାନ୍ତ ମେସି। ଗୁରୁବାର ହୋଇଥିବା ବିମାନ ଦୁର୍ଘଟଣାରେ ବିକ୍ରାନ୍ତ ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇଥିବା ଜଣାଇଛନ୍ତି। ୨୦୨୫ ଜୁନ୍ ୧୨ ତାରିଖରେ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ଏହି ଦୁର୍ଘଟଣାରେ ୨୭୪ଜଣ ଲୋକ ମୃତ୍ୟୁବରଣ କରିଥିବା ଜଣାଯାଇଛି। କିଛି କ୍ଷଣ ମଧ୍ୟରେ ୨୭୪ଟି ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
/sambad/media/post_attachments/aajtak/styles/medium_crop_simple/public/images/story/202506/vikrany_massey_post-456948.jpg?h=ece03057)
ଏହି ଘଟଣାକୁ ନେଇ ଅନେକ ସେଲିବ୍ରିଟି ଶୋକପ୍ରକାଶ କରିଥିବା ବେଳେ ବିକ୍ରାନ୍ତଙ୍କ ପୋଷ୍ଟ ଏବେ ଭାଇରାଲ ହେଉଛି। ନିଜ ପୋଷ୍ଟରେ ସେ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ଏଥିରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ପ୍ରାଣ ହରାଇଥିବା ଲେଖିଛନ୍ତି। ତାଙ୍କ ପୋଷ୍ଟରେ ସେ ଲେଖୀଛନ୍ତି ଅନୁଯାୟୀ, "ଆଜି ଅହମ୍ମଦାବାଦରେ ହୋଇଥିବା ଏହି ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ପ୍ରିୟଜନଙ୍କ କଥା ଭାବି ପାଇଁ ମୋର ହୃଦୟ ଫାଟିପଡ଼ୁଛି। ଆହୁରି ଅଧିକ ଦୁଃଖଦ କଥା ହେଉଛି, ମୋ 'ଅଙ୍କଲ' କ୍ଲିଫୋର୍ଡ କୁନ୍ଦର, ତାଙ୍କ ପୁଅ କ୍ଲିଭ୍ କୁନ୍ଦରଙ୍କୁ ହରାଇଛନ୍ତି, ଯିଏ ଦୁର୍ଭାଗ୍ୟବଶତଃ ସେହି ବିମାନରେ ସହ-ପାଇଲଟ ଥିଲେ। ଏହି କଷ୍ଟକର ସମୟରେ ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସାହସ ଦିଅନ୍ତୁ ଏବଂ ଏହି ଦୁର୍ଘଟଣାରେ ଗଭୀର ଭାବରେ ପ୍ରଭାବିତ ହୋଇଥିବା ସମସ୍ତଙ୍କୁ ଶକ୍ତି ଦିଅନ୍ତୁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/14/ItHAqCMbFTeePUumfgEt.jpg)