ମୁମ୍ବାଇ: ବଲିଉଡର ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ବିକ୍ରାନ୍ତ ମାସେ ଅନ୍ୟତମ | ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଭୂମିକାରେ ନଜର ଆସିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସଫଳ ହେବା ସହ ଏତେ ଆଗକୁ ଆସିବା ପରେ ଏବେ ବିକ୍ରାନ୍ତ ମାସେ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଅଭିନୟରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏମଧ୍ୟରେ ବିକ୍ରାନ୍ତଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ମୁତାବକ, ବିକ୍ରାନ୍ତ ମୋଟ ୨୦-୨୬କୋଟି ଟଙ୍କାର ମାଲିକ ଅଟନ୍ତି। ପ୍ରତିଟି ଫିଲ୍ମ ପାଇଁ ୧-୨କୋଟି ଟଙ୍କାର ପାରିଶ୍ରମିକ ନିଅନ୍ତି ବିକ୍ରାନ୍ତ।ବିକ୍ରାନ୍ତଙ୍କ ଅଧିକାଂଶ ଆୟ ଚଳଚ୍ଚିତ୍ର ଏବଂ ୱେବ୍ ସୋ’ ସହିତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ଆସିଥାଏ | ୨୦୨୦ରେ, ବିକ୍ରାନ୍ତ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ସମୁଦ୍ର ମୁହାଁ ଘର କିଣିଥିଲେ | ଏଠାରେ ସେ ତାଙ୍କ ପତ୍ନୀ ଶିତଲ ଠାକୁର ଏବଂ ପୁଅ ବରଦାନଙ୍କ ସହ ରୁହନ୍ତି। ବିକ୍ରାନ୍ତ ପାଖରେ ଅନେକ ବିଳାସପୂର୍ଣ୍ଣ କାର୍ ମଧ୍ୟ ଅଛି, ଯେଉଁଥିରେ ୧.୧୬ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ୍ ବେଞ୍ଜ୍ ଜିଏଲ୍ଏସ୍, ୬୦ଲକ୍ଷ ଟଙ୍କା ମୂଲ୍ୟର ଭଲଭୋ ଏସ୯୦ ଏବଂ ମାରୁତି ସ୍ବିଫ୍ଟ ଡିଜାଇର ରହିଛି।
ତେବେ ଅଭିନୟରୁ ସନ୍ନ୍ୟାସ ନେଉଥିବାର ଘୋଷଣା କରି ବିକ୍ରାନ୍ତ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, “ନମସ୍କାର, ଗତ କିଛି ବର୍ଷ ମୋ ପାଇଁ ଚମତ୍କାର ରହିଥିଲା। ଆପଣଙ୍କ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ଯେତେ ଯେତେ ମୁଁ ଆଗକୁ ବଢ଼ିଲି, ପୁନର୍ବାର ଘରକୁ ଫେରିବା ସମୟ ଆସିଛି ବୋଲି ଅନୁଭବ କଲି। ତେଣୁ, ଆଗାମୀ ୨୦୨୫ରେ ଆମେ ଶେଷ ଥର ପାଇଁ ପରସ୍ପରକୁ ଭେଟିବା । ଶେଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତି । ପୁନର୍ବାର ଧନ୍ୟବାଦ । ”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/02/KRLxHQRdtwM7YJSi7Pee.jpg)