ମୁମ୍ବାଇ: ବଲିଉଡର ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ବିକ୍ରାନ୍ତ ମାସେ ଅନ୍ୟତମ | ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଭୂମିକାରେ ନଜର ଆସିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସଫଳ ହେବା ସହ ଏତେ ଆଗକୁ ଆସିବା ପରେ ବିକ୍ରାନ୍ତ ମାସେ କିଛି ଘଣ୍ଟା ତଳେ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଆଗକୁ ସେ ଆଉ ଫିଲ୍ମ କରିବେ ନାହିଁ ବୋଲି ଲେଖିଥିଲେ। ଏହି ପୋଷ୍ଟ ପରେ ବିକ୍ରାନ୍ତ ଅଭିନୟରୁ ସନ୍ନ୍ୟାସ ନେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଏହି ଚର୍ଚ୍ଚା ମଧ୍ୟରେ ଏବେ ବିକ୍ରାନ୍ତଙ୍କ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ, “ମୁଁ ଅବସର ନେଉ ନାହିଁ… କେବଳ ଥକି ଯାଇଛି। ସେଥିପାଇଁ ଏକ ଲମ୍ବା ବିରତି ଆବଶ୍ୟକ। ଘର କଥା ବହୁତ ମନେ ପଡ଼ୁଥିଲା ଏବଂ ଦେହ ବି ଟିକେ ଖରାପ ହେବାରୁ ଏବେ ମୁଁ ବିରତି ନେଉଛି। ଲୋକମାନେ ମୋ ପୋଷ୍ଟକୁ ଭୁଲ୍ ବୁଝିଛନ୍ତି।"
ସୋମବାର ବିକ୍ରାନ୍ତ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯେ, “ନମସ୍କାର, ଗତ କିଛି ବର୍ଷ ମୋ ପାଇଁ ଚମତ୍କାର ରହିଥିଲା। ଆପଣଙ୍କ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ଯେତେ ଯେତେ ମୁଁ ଆଗକୁ ବଢ଼ିଲି, ପୁନର୍ବାର ଘରକୁ ଫେରିବା ସମୟ ଆସିଛି ବୋଲି ଅନୁଭବ କଲି। ତେଣୁ, ଆଗାମୀ ୨୦୨୫ରେ ଆମେ ଶେଷ ଥର ପାଇଁ ପରସ୍ପରକୁ ଭେଟିବା । ଶେଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତି । ପୁନର୍ବାର ଧନ୍ୟବାଦ।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/03/HITtKtd6ryYqLwpZ5OuJ.jpg)