ମୁମ୍ବାଇ: ନିଜର ଇନଷ୍ଟା ପୋଷ୍ଟ ହେତୁ ବଲିଉଡ ଅଭିନେତା ବିକ୍ରାନ୍ତ ମାସେ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଗତ ସୋମବାର ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଅଭିନୟରୁ ଅବସର ନେଉଛନ୍ତି ବୋଲି କଳ୍ପନା କରାଯାଇଥିଲା। ଅବସର ଖବର ମଧ୍ୟରେ ବିକ୍ରାନ୍ତ ଏକ ବିବୃତି ଜାରି କରି ସ୍ପଷ୍ଟ କରିଥିଲେ ଯେ, ସେ ଅଭିନୟରୁ ଅବସର ନେଉ ନାହାଁନ୍ତି। କିନ୍ତୁ ଦୀର୍ଘ ବର୍ଷ କାମ କରିବା ପରେ ବର୍ତ୍ତମାନ ତାଙ୍କୁ ବିରତି ନେବାର ସମୟ ଆସିଛି।
ଏହି ଖବର ମଧ୍ୟରେ ଏବେ ବିକ୍ରାନ୍ତ ମାସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଖୋଁ କି ଗୁସ୍ତାଖିଆନ୍'ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଫିଲ୍ମର ଟିମ୍ ସହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ସୋମବାର ବିକ୍ରାନ୍ତ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯେ, “ନମସ୍କାର, ଗତ କିଛି ବର୍ଷ ମୋ ପାଇଁ ଚମତ୍କାର ରହିଥିଲା। ଆପଣଙ୍କ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । କିନ୍ତୁ ଯେତେ ଯେତେ ମୁଁ ଆଗକୁ ବଢ଼ିଲି, ପୁନର୍ବାର ଘରକୁ ଫେରିବା ସମୟ ଆସିଛି ବୋଲି ଅନୁଭବ କଲି। ତେଣୁ, ଆଗାମୀ ୨୦୨୫ରେ ଆମେ ଶେଷ ଥର ପାଇଁ ପରସ୍ପରକୁ ଭେଟିବା । ଶେଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତି । ପୁନର୍ବାର ଧନ୍ୟବାଦ।”
ଏହି ପୋଷ୍ଟ ପରେ ସେ ଅଭିନୟରୁ ସନ୍ନ୍ୟାସ ନେଉଥିବା ଚର୍ଚ୍ଚା ହେବାରୁ ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଥିଲେ ଯେ, “ମୁଁ ଅବସର ନେଉ ନାହିଁ… କେବଳ ଥକି ଯାଇଛି। ସେଥିପାଇଁ ଏକ ଲମ୍ବା ବିରତି ଆବଶ୍ୟକ। ଘର କଥା ବହୁତ ମନେ ପଡ଼ୁଥିଲା ଏବଂ ଦେହ ବି ଟିକେ ଖରାପ ହେବାରୁ ଏବେ ମୁଁ ବିରତି ନେଉଛି। ଲୋକମାନେ ମୋ ପୋଷ୍ଟକୁ ଭୁଲ୍ ବୁଝିଛନ୍ତି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/02/oW8hLKxCJs1dttYb9lw3.webp)