ଜାଣନ୍ତୁ କେଉଁମାନେ ବଲିଉଡର ଟପ୍‌ଟେନ୍‌ ଆଇକନ୍‌ ଭିଲେନ୍‌

ବଲିଉଡ ସିନେମାରେ ଖଳନାୟକଙ୍କୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ । ବିଶେଷ କରି ଆକ୍ସନ ଓ ସସପେନ୍ସ ସିନେମାରେ ଏମାନଙ୍କ ଚରିତ୍ରକୁ ସହଜରେ ଭୁଲି ହୁଏନା । ବଲିଉଡର ଟପ୍‌ଟେନ୍‌ ଆଇକନ୍‌ ଭିଲେନ୍‌ଙ୍କୁ ଆସନ୍ତୁ ମନେ ପକାଇବା ।

ପ୍ରାନ୍‌ – ପ୍ରାନ୍‌ ଏକ ସମୟରେ ଏଭଳି ଖଳନାୟକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ, ଯିଏ କି ନାୟକଙ୍କଠୁଁ ବି ଅଧିକ ପାରିଶ୍ରମିକ ନେଉଥିଲେ । ସେ ‘ କାଶ୍ମୀର୍‌ କି କଲି’, ‘ ପୂଜା କେ ଫୁଲ୍‌’ ‘ ପଥର କେ ସନମ୍‌ ପରି ଶତାଧିକ ହିନ୍ଦୀ ଛବିରେ ନିଜର ଦମ୍‌ଦାର ଖଳନାୟକୀ ଦେଖାଇଛନ୍ତି ।
ଅମ୍‌ଜାଦ୍‌ ଖାନ୍‌- ଏଭରଗ୍ରୀନ୍‌ ସିନେମା ‘ଶୋଲେ’ର ଗବ୍ଦର ସିଂହ ଭୂମିକା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ଅଭିନେତା ଅମ୍‌ଜାଦ୍‌ ଖାନ୍‌ । ଏଥିରେ ସେ ଖଳନାୟିକ ଭୂମିକାରେ ଅଭିନୟ କରିଥିଲେ । ଏତଦ୍‌ବ୍ୟତୀତ ଗଙ୍ଗା କି ସୌଗନ୍ଧ, ନସୀବ୍‌, ଲାଓ୍ଵାରିସ୍‌ ଭଳି ଶହେରୁ ଅଧିକ ସିନେମାରେ ଖଳନାୟକୀ ଦେଖାଇଛନ୍ତି ।

ଅମ୍ରିଶ ପୁରୀ – ଅମ୍ରିଶ ପୁରୀ ୪୦୦ ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ । ନେଗେଟିଭ୍‌ ରୋଲ୍‌ରେ ତାଙ୍କର ପ୍ରଥମ ସିନେମା ଥିଲା ‘ ହମ୍‌ ପାଞ୍ଚ୍‌’ । ଏହାପରେ ତାଙ୍କର ସ୍ମରଣୀୟ ଖଳନାୟକ ଭୂମିକା ଥିବା ସିନେମା ଗୁଡିକ ମଧ୍ୟରେ ଥିଲା ମିଷ୍ଟର ଇଣ୍ଡିଆ, ରାମ ଲଖନ୍‌ , ହିରୋ, କର୍ଜ, କରନ୍‌ ଅର୍ଜୁନ, କୋୟଲା ଇତ୍ୟାଦି ।
ଅଜିତ୍‌ – ତାଙ୍କୁ ‘ ଲାୟନ୍‌’ ନାଆଁରେ ସମସ୍ତେ ଜାଣନ୍ତି । ସେ ‘ ଡନ୍‌ ’ ରେ କାମ କରି ସବୁଠୁଁ ବେଶି ଚର୍ଚ୍ଚିତ ହୋଇଥିଲେ ।
ପ୍ରେମ୍‌ ଚୋପ୍ରା- ଉପ୍‌କାର୍‌ , ବବିି, ପୂରବ ଔର ପଶ୍ଚିମ୍‌, କଟିପତଙ୍ଗ, ଦୋ ରାସ୍ତେ, ଦୋସ୍ତାନା ଓ କ୍ରାନ୍ତି ଭଳି ବହୁ ସୁପରହିଟ୍‌ ଫିଲ୍ମର ଭିଲେନ୍‌ ପ୍ରେମ ଚୋପ୍ରା ପ୍ରକୃତରେ ଜଣେ ଭିଲେନ୍‌ ଆଇକନ୍‌ ।
ରଣଜିତ୍‌ – ସତୁରି ଦଶକରେ ଜଣେ ଲୋକପ୍ରିୟ ହେଲେ ରଣଜିତ୍‌ । ସେ ରେଶମା ଔର ଶେରା, ଅମର ଆକବର ଆନ୍ଥୋନି , ଖୁନ୍‌ ପସିନା ଓ ଲାଓ୍ଵାରିସ୍‌ ଭଳି ବହୁ ଫିଲ୍ମରେ ଜଣେ ବଳତ୍କାରୀ ଖଳନାୟକ ଭୂମିକା ପାଇଁ ଚର୍ଚ୍ଚିତ ହୋଇଥିଲେ ।

photo-mid-day.com

ଡାନି- ବି.ଆର୍‌ .ଚୋପ୍ରାଙ୍କ ‘ ଧୂନ୍ଦ’ ଥିଲା ଖଳନାୟକ ଭାବେ ଡାନିଙ୍କର ପ୍ରଥମ ହିନ୍ଦୀ ସିନେମା । ତାଙ୍କୁ ନିର୍ଦ୍ଦେଶକ ରମେଶ ସିପ୍ପୀ ‘ ଶୋଲେ’ ରେ ଗବ୍ଦର ସିଂହ ଭୂମିକା ପାଇଁ ଅଫର୍‌ ଦେଇଥିଲେ , ମାତ୍ର ସେ ମନା କରି ଦେଇଥିଲେ । ଖଳନାୟକ ଭୂମିକାରେ ଅଭିନୀତ ତାଙ୍କର କେତୋଟି ଉଲ୍ଲେଖନୀୟ ସିନେମା ହେଲା ‘ ଅଗ୍ନିପଥ’, ‘ ଧର୍ମାତ୍ମା’, ‘ ଧରମ୍‌ ଔର୍‌ କାନୁନ୍‌ ’ ‘ ହମ୍‌’ ,‘କ୍ରାନ୍ତିବୀର’, ଓ ‘ଘାତକ୍‌’ ଇତ୍ୟାଦି ।
ଶକ୍ତି କପୁର- ସେ ପ୍ରଥମେ ‘ହିମ୍ମତଓ୍ଵାଲା’ ସିନେମାରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହାପରେ ତାଙ୍କୁ ଦୁଇ ଶହରୁ ଅଧିକ ହିନ୍ଦୀ ସିନେମାରେ ଖଳନାୟକ ଭୂମିକାରେ ଦେଖିଛନ୍ତି ଦର୍ଶକ । ହିରୋ, ମେରି ଆଓ୍ଵାଜ୍‌ ଶୁନୋ ଭଳି ଏହି ଫିଲ୍ମ ଶ୍ରେଣୀଭୁକ୍ତ ।

photo- cinestaan.com

ଗୁଲଶନ୍‌ ଗ୍ରୋଭର୍‌ -୪୦୦ ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଥିବା ଏହି ବ୍ୟାଡମ୍ୟାନ୍‌ଙ୍କ ଉଲ୍ଲେଖନୀୟ ଫିଲ୍ମଗୁଡିକ ମଧ୍ୟରେ ରହିଛି ରାମ୍‌ ଲଖନ୍‌, ରକି, ହେରାଫେରି, ଇଣ୍ଟରନେସନାଲ୍‌ ଖିଲାଡି , ଖିଲାଡି ୟୋଁ କା ଖିଲାଡି ଇତ୍ୟାଦି ।
ଆଶୁତୋଷ ରାଣା – ୧୯୯୯ରେ ‘ ଦୁଷ୍ମନ୍‌ ’ ଓ ୨୦୦୦ରେ ‘ ସଂଘର୍ଷ’ ପାଇଁ କ୍ରମାଗତ ଭାବେ ଦୁଇ ଥର ଶ୍ରେଷ୍ଠ ଖଳନାୟକ ଭାବେ ଫିଲ୍ମ ଫେଆର୍‌ ଆଓ୍ଵାର୍ଡ ହାସଲ କରିଥିବା ଜଣେ ନାମୀ ଭିଲେନ୍‌ ହେଲେ ଆଶୁତୋଷ ରାଣା ।

ସମ୍ବନ୍ଧିତ ଖବର