ପୁଣି ଥରେ ଛାଇଲେ ‘ଡ୍ୟାନ୍ସିଂ ଅଙ୍କଲ୍‌’: ଗୋବିନ୍ଦାଙ୍କ ଗୀତ ପରେ ହ୍ରିତିକ୍‌ଙ୍କ ଗୀତରେ ଲଗାଇଲେ ଠୁମ୍‌କା

ନୂଆଦିଲ୍ଳୀ: ପ୍ରାୟ ୧ ମାସ ତଳେ ଦିଲ୍ଳିସ୍ଥିତ ଏକ ବିବାହ ଉତ୍ସବରେ ଗୋବିନ୍ଦାଙ୍କ ଗୀତ ‘ଆପ୍‌ କେ ଆ ଜାନେ ସେ’ରେ ଜଣେ ବୟସ୍କ ଅଧ୍ୟାପକ୍‌ ନୃତ୍ୟ ପ୍ରଦର୍ଶନ କରିଥିବା କଥା ସୋସିଆଲ୍‌ ମିଡିଆରେ କେଉଁ ଭଳି ଛାଇଥିଲା ତାହା ଆପଣ ଭୁଲିନଥିବେ କେବେ ବି। ଏବେ ନିକଟରେ ସେ ହ୍ରିତିକ୍‌ଙ୍କ ଗୀତ ‘କହୋନା ପ୍ୟାର୍‌ ହୈ’ରେ ଠୁମ୍‌କା ଲଗାଇ ପୁଣି ଥରେ ଚର୍ଚ୍ଚାରେ  ‘ଡ୍ୟାନ୍ସିଂ ଅଙ୍କଲ୍‌’।

ଅଧ୍ୟାପକ ସଞ୍ଜୀବ ଶ୍ରୀବାସ୍ତବ ନିଜର ଏପରି ଚମତ୍କାରୀ କଳା ହେତୁ ସୋସିଆଲ୍‌ ମିଡିଆରେ ‘ଡ୍ୟାନ୍ସିଂ ଅଙ୍କଲ୍‌’ ନାମରେ ବେଶ୍‌ ପରିଚିତ। ‘ଡ୍ୟାନ୍ସିଂ ଅଙ୍କଲ୍‌’ଙ୍କର ଏହି ନୂଆ ଭିଡିଓଟି ସୋସିଆଲ୍‌ ମିିଡିଆରେ ଘୂରିବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୧ ତାରିଖରେ ଏକ ବିବାହ ଉତ୍ସବରେ ଅଭିନେତା ଗୋବିନ୍ଦାଙ୍କ ଅଭିନୀତ ଗୀତ ‘ଆପ୍‌ କେ ଆ ଜାନେ ସେ’ରେ ଷ୍ଟେଜ୍‌ ଉପରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ହସର ଖୋରାକ ଯୋଗାଇଥିଲେ। ଏପରିକି ତାଙ୍କର ଏହି ନାଚକୁ ନିଜେ ଗୋବିନ୍ଦା ବି ପ୍ରଶଂସା କରିଥିଲେ। କେବଳ ଗୋବିନ୍ଦା କାହିଁକି, ‘ଡ୍ୟାନ୍ସିଂ ଅଙ୍କଲ୍‌’ଙ୍କ ଏହି ନୃତ୍ୟକୁ ବି-ଟାଉନ୍‌ର ରବିନା ଟଣ୍ଡର୍ଣ୍ଣ, ଅନୁଷ୍କା ଶର୍ମା ଓ ଅର୍ଜୁନ କପୁର୍‌ ଆଦି ମଧ୍ୟ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର