ବଲିଉଡ୍ର ନବାଗତ ଅଭିନେତ୍ରୀ ତଥା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ବେଲି ଡ୍ୟାନ୍ସ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କରିନାଙ୍କ ଅଭିନୀତ ‘ସନ ସନାନା’ ଗୀତରେ ଜାହ୍ନବୀ ବେଲି ଡ୍ୟାନ୍ସ କରି ଏହାକୁ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରି ଲେଖିଥିଲେ ଯେ ସେ ବେଲି ଡ୍ୟାନ୍ସ ସେସନ୍କୁ ମିସ୍ କରୁଛନ୍ତି। ସେଥିପାଇଁ ସେ କରିନାଙ୍କ ଏହି ରୋମାଣ୍ଟିକ୍ ଗୀତରେ ବେଲି ଡ୍ୟାନ୍ସର ଏକ ଭିଡିଓ କରିଛନ୍ତି। ତେବେ ପ୍ରାୟ ସମୟରେ ନୃତ୍ୟରତ ଭିଡିଓ ଇନ୍ଷ୍ଟାଗ୍ରାମରେ ସେୟାର କରୁଥିବା ଜାହ୍ନବୀଙ୍କ ଭିଡିଓରେ ନାଚ ଅପେକ୍ଷା ଅଙ୍ଗଭଙ୍ଗୀର ଅଭିବ୍ୟକ୍ତିଗୁଡ଼ିକ ଖୁବ୍ ସୁନ୍ଦର ହୋଇଛି ବୋଲି ପ୍ରଶଂସକମାନେ କହିଛନ୍ତି।
ଭାଇରାଲ୍ ହେଉଛି ଜାହ୍ନବୀଙ୍କ ବେଲି ଡ୍ୟାନ୍ସ
/sambad/media/post_attachments/wp-content/uploads/2021/01/fhfs56h4fs564fs56s4f56h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)