‘ଜାଣିଛି ମୋର କହିବା ଉଚିତ୍‌ ନୁହେଁ, ଦୟାକରି କାହାକୁ ଡେଟ୍‌ କରନ୍ତୁ’: ସାମନ୍ଥାଙ୍କୁ ଏପରି ନିବେଦନ କଲେ ଜଣେ ପ୍ରଶଂସକ

ନୂଆଦିଲ୍ଲୀ: ପ୍ରଶଂସକଙ୍କୁ ନିଜର ଅଭିନୟରେ ମତୁଆଲା କରିଥିବା ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଶକୁନ୍ତଲାମ୍’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି। ଏହା ମଧ୍ୟରେ ‌ସେ ଟ୍ବିଟର୍‌ରେ ଜଣେ ପ୍ରଶଂସକଙ୍କ ଟ୍ବିଟ୍‌ର ଜବାବ ଦେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରଶଂସକ ଜଣକ ଏକ ଟ୍ବିଟ୍‌ କରି ଲେଖିଥିଲେ, ‘ମୁଁ ଜାଣେ ଏହା ମୋର କହିବା ଉଚିତ ନୁହେଁ, କିନ୍ତୁ ଦୟାକରି କାହାକୁ ଡେଟ୍‌ କରନ୍ତୁୁ’। ପ୍ରଶଂସକ ଜଣକ  ସାମନ୍ଥାଙ୍କ ସାକ୍ଷାତକାରରୁ ଏକ ଏଡିଟେଡ୍‌ ଭିଡିଓ ସେୟାର କରି ନିଜ ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ସେୟାର କରିଥିଲେ। ଯାହାର ଉତ୍ତରରେ ସାମନ୍ଥା କହିଛନ୍ତି, ‘ତୁମ ପରି ମୋତେ କିଏ ଭଲ ପାଇବ?’ ଏତକ ଲେଖିବା ସହ ଏକ ହୃଦୟ ଇମୋଜି ବି ସେ ଦେଇଛନ୍ତି।

 

ସାମନ୍ଥା ରୁଥ୍‌ ପ୍ରଭୁଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେ ଯେତେବେଳେ ବି  ଇନଷ୍ଟାଗ୍ରାମରେ କିଛି ପୋଷ୍ଟ ସେୟାର କରନ୍ତି, ତୁରନ୍ତ ତାହା ଟ୍ରେଣ୍ଡ କରିବାକୁ ଲାଗେ। ଗୋଟାଏ ସପ୍ତାହ ପୂର୍ବରୁ, ସାମନ୍ଥ‌ା ନିଜେ ଫ୍ଲାଙ୍କ୍‌ କରୁଥିବା ବେଳର ଏକ ଫଟୋ ସେୟାର କରିଥିଲେ। ଅଭିନେତ୍ରୀଙ୍କର ଏହି ପୋଷ୍ଟ୍‌ରେ ପ୍ରଶଂସକମାନେ ବିଭିନ୍ନ ପ୍ରକାରର କମେଣ୍ଟ୍‌ ଲେଖିଥିଲେ।

ସାମନ୍ଥାଙ୍କ ‘ଶକୁନ୍ତଲାମ୍‌’ ଚଳଚ୍ଚିତ୍ରଟି ଏପ୍ରିଲ୍ ୧୪ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ସେ ଏବେ ଏହି ଫିଲ୍ମଟିକୁ ପ୍ରମୋସନ୍‌ କରିବାରେ ପୂରା ଦମରେ ଲାଗିପଡ଼ିଛନ୍ତି। ଏହି ଫିଲ୍ମରେ ସାମନ୍ଥାଙ୍କ ସହ ଦେବ ମୋହନଙ୍କୁ ଦେଖିବାକୁ ମିଳିବ। ଏହାଛଡ଼ା ସେ ନିଜର ଆଗାମୀ ୱେବ୍‌ ସିରିଜ୍‌ ପାଇଁ ବି ବ୍ୟସ୍ତ ରହିଛନ୍ତି।

 

ସମ୍ବନ୍ଧିତ ଖବର