‘ତେରି ମେରି କହାନୀ…’ ପରେ ‘ଆଶିକୀ ମେ ତେରି…’ ଗୀତ ରେକର୍ଡ କଲେ ରାନୁ ମଣ୍ଡଲ, ଶୁଣନ୍ତୁ କୋକିଳ କଣ୍ଠୀଙ୍କ କଣ୍ଠର ଏହି ନୂଆ ଗୀତ

ମୁମ୍ବାଇ: ଗତ କିଛି ଦିନ ହେବ ଇଣ୍ଟର୍‌ନେଟ୍‌ରେ ଛାଇ ଥିବା ରାନୁ ମଣ୍ଡଲ, ପୁଣି ଥରେ ଏକ ଗୀତ ଗାଇ ଚର୍ଚ୍ଚା ପାଲଟିଛନ୍ତି। ନିକଟରେ ‘ତେରି ମେରି କହାନୀ…’ ଗାଇ ଚର୍ଚ୍ଚାରେ ଥିବା ରାନୁ ଏବେ ପୁଣି ଥରେ ହିମେଶଙ୍କର ଅନ୍ୟ ଏକ ଗୀତ ‘ଆଶିକୀ ମେ ତେରି…’ ଗାଇ ଚର୍ଚ୍ଚା ପାଲଟିଛନ୍ତି। ସେ ଗାଇଥିବା ଗୀତର ପ୍ରଥମ ଧାଡ଼ିର ରେକର୍ଡକୁ ହିମେଶ ରେଶମିୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର୍‌ କରିଛନ୍ତି।

 

ପଶ୍ଚିମବଙ୍ଗର ରାଣିହାଟ ଷ୍ଟେସନ୍‌ରେ ‘ପ୍ୟାର୍‌ କା ନଗମା ହୈ…’ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିିଥିବା ରାନୁଙ୍କ କୋକିଳ କଣ୍ଠ ଶୁଣିବା ପରେ ବଲିଉଡ୍‌ କଣ୍ଠଶିଳ୍ପୀ ତଥା ତଥା ନିର୍ଦ୍ଦେଶକ ହିମେଶ ରେଶମିୟା ତାଙ୍କୁ ତାଙ୍କ ଚଳଚ୍ଚିତ୍ରର ‘ତେରି ମେରି କହାନୀ…’ ଗୀତ ଗାଇବାକୁ ଦେଇଥିଲେ। ଏହି ଗୀତରେ ବେଶ୍‌ କିଛି ଦିନ ଚର୍ଚ୍ଚାରେ ରହିଥିଲା। ଏବେ ହିମେଶ ରାନୁଙ୍କ ସହ ‘ଆଶିକୀ ମେ ତେରି…’ ଗୀତ ରେକର୍ଡ କରୁଥିବାର ଭିଡିଓ ନିଜ ଇନ୍‌ଷ୍ଟାରେ ସେୟାର୍‌ କରିଛନ୍ତି।

ସମ୍ବନ୍ଧିତ ଖବର