ବିବାହ ଦିନରେ କନ୍ୟାକୁ ପ୍ରସ୍ତୁତ ହେବାକୁ ସାହାଯ୍ୟ କଲେ ବର, ଭିଡିଓ ଭାଇରାଲ୍‌

ଭାଇରାଲ୍‌ ଭିଡିଓ: ଏବେ ବିବାହ ଋତୁ ଚାଲିଥିବା ବେଳେ ସୋସିଆଲ୍‌ ମିଡିଆରେ ବିବାହକୁ ନେଇ ବିଭିନ୍ନ ପ୍ରକାରର ଭିଡିଓ ସବୁ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ଭିଡିଓ ଲୋକଙ୍କୁ ଚକିତ କରାଉଛି ତ ଅନେକ ଭିଡିଓ ମନୋରଞ୍ଜନର ଖୋରାକ ଯୋଗାଉଛି। ଏବେ ସୋସିଆଲ୍‌ ମିଡିଆରେ ସେହିପରି ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଜଣେ ବର ତାଙ୍କ ଭାବି ପତ୍ନୀଙ୍କର କିପରି ଯତ୍ନ ନେଉଛନ୍ତି ତାହା ଦେଖିବାକୁ ମିଳିଛି। ଭିଡିଓଟି ହେଉଛି ବିବାହ ଦିନର।।

ଭିଡିଓରେ ଦେଖିବାକୁ ମିିଳିଛି ‌ଯେ କନ୍ୟାଙ୍କୁ ସଜ ହେବାରେ ବର ଜଣକ ସାହାଯ୍ୟ କରୁଛନ୍ତି। ସେ ଏକ ଡ୍ରାୟର୍‌ ଧରି କନ୍ୟାଙ୍କ କେଶକୁ ଶୁଖାଉଥିବା ଭିଡିଓରେ ଦୃଶ୍ୟମାନ ହୋଇଛି। ଗାଧୁଆଘର ଭିତରେ ଭିଡିଓ ସୁଟ୍‌ କରାଯାଇଥିବା ଜାଣିବାକୁ ମିଳିଛି।

 

 

View this post on Instagram

 

A post shared by KRITIKA❤️KAMAL (@_kritikamal_)

ଏହି ଭିଡିଓଟିକୁ ସେମାନେ ସେମାନଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ କାର୍ତ୍ତିକକମଲରେ ସେୟାର୍‌ କରିବା ପରେ ଏହାକ ବହୁ ଲୋକପ୍ରିୟତା ମିଳିଛି। କନ୍ୟା ଜଣକ ଭିଡିଓରେ ଲେଖିଛନ୍ତି କି ସେ ସବୁବେଳେ ମୋ ପାଇଁ ରହିଛନ୍ତି। ସେଥିରେ ସେଦିନ ତାଙ୍କ ବିବାହର ଦିନ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ଏହି ଭିଡିଓରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ‘ସୁଇଟ୍‌’, ‘କିଉଟ୍‌’ ଆଦି କମେଣ୍ଟ୍‌ ଦେଇଥିବା ବେଳେ ଆହୁରି କେହି କେହି ଲେଖିଛନ୍ତି ଖୁବ୍ କ୍ୟାରିଂ(ଯତ୍ନବାନ)। ଜାଣିବାକୁ ମିଳିଛି ଯେ ୭ ବର୍ଷର ପ୍ରେମ ସଂପର୍କ ପରେ ଏହି ଯୋଡ଼ି ବିବାହ କରିଛନ୍ତି। ସେମାନେ ଆମେରିକା‌ର ନେଭାଡାରେ ରହୁଛନ୍ତି।

ସମ୍ବନ୍ଧିତ ଖବର