ବୀରାଙ୍ଗନା ସାରା

‘ସିମ୍ବା’ ଓ ‘କୁଲି ନଂ-୧’ ପରି ସୈଫ୍-ଅମ୍ରିତା ଦୁହିତା ସାରା ଅଲ୍ଲୀଙ୍କୁ ପୁଣି ଏକ ଆକ୍ସନ୍ ପ୍ୟାକ୍ ଫିଲ୍ମର ନାୟିକା ସାଜିବାର ସୁଯୋଗ ମିଳିଛି। ଏଇ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ମିସନ୍ ଫ୍ରଣ୍ଟଲାଇନ୍’। ଏହାର କାହାଣୀ ଆସାମରେ ଗଢ଼ି ଉଠିଥିବା ବୀରାଙ୍ଗନା ସେନାନୀଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ୨୦୧୨ରେ କେବଳ ମହିଳା କମାଣ୍ଡୋମାନଙ୍କୁ ଏହି ସେନାନୀ ଗଢ଼ି ଉଠିଥିଲା। ଦେଶରେ ପ୍ରଥମ କରି ଏଭଳି ମହିଳା ସେନାନୀ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଆନ୍ଦୋଳନ ସଂଗଠିତ କରିଥିଲା। ଚଳଚ୍ଚିତ୍ର ‘କେଦାରନାଥ’ ଓ ‘ଲଭ୍ ଆଜକଲ୍’ ଆଦିରେ ଲଭ୍‌ଲୀ ଅବତାରରେ ଦେଖିବାକୁ ମିଳିଥିବା ସାରାଙ୍କୁ ଏଥର ଭୈରବୀ ଅବତାରରେ ‌ଦର୍ଶକ ଦେଖିବେ। ଚଳଚ୍ଚିତ୍ରର ପ୍ରଥମ ଏପିସୋଡ୍ ସାରାଙ୍କ ବୀରାଙ୍ଗନା କଣ୍ଠସ୍ବରରେ ସମାଜର କିଛି ପିତୃସତ୍ତାତ୍ମକ ସନ୍ଦେଶକାରୀ ସଂଳାପରୁ ଆରମ୍ଭ ହେବ। ଏଥିରେ ଆସାମର ମହିଳାମାନେ ଆରମ୍ଭ କରିଥିବା ଅତ୍ୟାଚାର ବିରୋଧୀ ତୀବ୍ର ଆନ୍ଦୋଳନର ଚିତ୍ର ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର