ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କର ଭଲ ଖେଳ ସହ ଆର୍କଷଣୀୟ ଚେହେରା ପାଇଁ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ବିରାଟ ବିଗତ କିଛି ମାସ ହେବ ଯେତିକି ତାଙ୍କ ଖେଳ ପାଇଁ ଚର୍ଚ୍ଚାରେ ନାହାନ୍ତି ବରଂ ତାଙ୍କ ବିବାହ ପାଇଁ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି । ବିରାଟ ବଲିଉଡ଼ ସୁନ୍ଦରୀ ଅନୁଷ୍କା ଶର୍ମାଙ୍କୁ ନିକଟରେ ବିବାହ କରିଥିଲେ । ବିରାଟ ଅନୁଷ୍କାଙ୍କ ସହ ବହୁ ଦିନର ପ୍ରେମ ସଂପର୍କ ପରେ ବିବାହ କରିଥିଲେ । ତେବେ ଅନୁଷ୍କା ଯେ ବିରାଟଙ୍କ ପ୍ରଥମ ପସନ୍ଦ ଥିଲେ ତାହା ନୁହଁ । ଏହା ପୂର୍ବରୁ ମଧ୍ୟ ତାଙ୍କର ଅନେକ ବଲିଉଡ଼ ଅଭିନେତ୍ରୀଙ୍କ ସହିତ ସମ୍ବନ୍ଧ ରହିଥିଲା । ଆସନ୍ତୁ ଜାଣିବା ବିବାହ ପୂର୍ବରୁ ବିରାଟଙ୍କ ପ୍ରେମ ସଂପର୍କ ବିଷୟରେ ।
/sambad/media/post_attachments/wp-content/uploads/2018/03/YouTube-1-1-300x169.jpg)
ଅନୁଷ୍କାଙ୍କୁ ବିବାହ ପୂର୍ବରୁ ବିରାଟ ପ୍ରଥମେ ବାହୁବଲୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କୁ ଡ଼େଟ କରୁଥିଲେ । ଦୁହିଁଙ୍କର ଏକ ବିଜ୍ଞାପନର ସୁଟିଂ ସମୟରେ ସାକ୍ଷାତ ହୋଇଥିଲା। କିଛି ଦିନ ତାଙ୍କର ସଂପର୍କ ସଠିକ ଭାବେ ଚାଲିଥିଲା କିନ୍ତୁ ହଠାତ୍ କୌଣସି କାରଣରୁ ଦୁହିଁଙ୍କର ବ୍ରେକଅପ ହୋଇ ଯାଇଥିଲା।
/sambad/media/post_attachments/wp-content/uploads/2018/03/Deccan-Chronicle-300x188.jpg)
ବିରାଟଙ୍କ ଜୀବନରେ ଖାଲି ଯେ ତମନ୍ନା ଥିଲେ ତାହା ନୁହଁ ବରଂ ବଲିଉଡ଼ ଅଭିନେତ୍ରୀ ଇସାବେଲେ ଲେଟେ ମଧ୍ୟ ତାଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ । ଇସାବେଲେ ଏବଂ ବିରାଟଙ୍କର ମୁମ୍ବାଇର ଏକ ବ୍ୟାବସାୟିକ ପାର୍ଟିରେ ଦେଖା ହୋଇଥିଲା । ପ୍ରେମ ସଂପର୍କର କିଛି ମାସ ପରେ ଦୁହିଁଙ୍କୁ ଏକା ସାଙ୍ଗରେ ସିଙ୍ଗାପୁରରେ ମଧ୍ୟ ଦେଖିବାକୁ ମିଳିଥିଲା କିନ୍ତୁ ଦୁହିଁଙ୍କ ସଂପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା ।
ଇସାବେଲେଙ୍କ ସହ ବ୍ରେକ-ଅପ୍ ପରେ ବିରାଟଙ୍କର ଏକ ବିଜ୍ଞାପନର ସୁଟିଂ ସମୟରେ ଅନୁଷ୍କା ଶର୍ମାଙ୍କ ସହ ଦେଖାହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ସ୍ଥାପନ ହେବା ସହ ବର୍ତ୍ତମାନ ଦୁହେଁ ବିବାହ କରିବା ସହ ବହୁତ ଭଲ ଜୀବନଯାପନ କରୁଛନ୍ତି ।