ଡାକ୍ତରଙ୍କ ପାଖରେ ପହଞ୍ଚିଲେ ବିରାଟ ଏବଂ ଅନୁଷ୍କା! ଫଟୋ ହେଲା ଭାଇରାଲ୍‌!

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କର ତଥାକଥିତ ବୟ୍‌ଫ୍ରେଣ୍ଡ୍‌ ବୋଲାଉଥିବା ସେଲିବ୍ରିଟି  ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହ୍‌ଲିଙ୍କୁ ନେଇ ସର୍ବଦା କିଛି ନା କିଛି ଖବର ପ୍ରକାଶିତ ହେଉଥିଲା ବେଳେ, ଏବେ ଏମାନଙ୍କର ଆଉ  ଗୋଟିଏ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କି ଏହି ପ୍ରେମୀଯୁଗଳଙ୍କୁ  ଜଣେ ଡାକ୍ତରଙ୍କ ସହିତ ଦେଖିବାକୁ ମିଳିଛି।

ତେବେ, ଆପଣଙ୍କୁ ଏଇଆ ହିଁ ଲାଗୁଥିବ କି ଭଲା ଏମିତି କ’ଣ ହେଲା ଯେ ଏ ଦୁହିଁଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା। ନା, ଆପଣମାନେ ଯାହାବି ଭାବୁଛନ୍ତି, ବିଲ୍‌କୁଲ୍‌ ଭୁଲ୍‌ ହିଁ ଭାବୁଛନ୍ତି। କାହିଁକିନା ଏହି ଦୁଇ ଯୋଡ଼ିଙ୍କୁ  କେବଳ ଏହି ଡାକ୍ତରଙ୍କ ସହିତ ସେଲ୍ଫି ଉଠାଇଥିବାର ଦେଖାଯାଇଛି। ଆଉ ଫଟୋଟିକୁ  ନିଜେ  ହିଁ ସଂପୃକ୍ତ ଡାକ୍ତର ଜଣଙ୍କ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର୍‌ କରିଛନ୍ତି। ଆଉ ଏହି ଫଟୋକୁ ଦେଖିଲାପରେ ସେମାନଙ୍କ ଫ୍ୟାନ୍‌ମାନେ ଲାଇକ୍‌ ଏବଂ କମେଣ୍ଟ ଦେବାରେ ଲାଗିଛନ୍ତି।

ତେବେ ସୂଚନା ମୁତାବକ୍‌, ବିରାଟ- ଅନୁଷ୍କାଙ୍କ ଏହି ଫଟୋଟି ୫ ଦିନ ତଳର ହୋଇଥିଲେ ବି ସୋସିଆଲ୍‌ ମିଡିଆରେ ଏହା ଜମେଇକି ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର