ମୁମ୍ବାଇ : ଭାରତୀୟ କ୍ରିକେଟ୍ ଟିମ୍ର କ୍ୟାପ୍ଟେନ୍ ବିରାଟ୍ କୋହଲି ଏବଂ ବଲିଉଡ଼୍ର ପର୍ଫେକ୍ନିଷ୍ଟ୍ ସୁପର୍ଷ୍ଟାର୍ ଅମୀର ଖାନ୍ଏକ ଚାଟ୍ ସୋ’ରେ ପରସ୍ପର ସହ ଭେଟାଭେଟି ହୋଇଛନ୍ତି। ଏହି ଦୁଇ ସେଲିବ୍ରିଟି ଖୋଲାଖୋଲି ଭାବରେ କଥାବାର୍ତ୍ତା ହୋଇଛନ୍ତି। ତେବେ ଏହି ମୌକାରେ କୋହ୍ଲି ତାଙ୍କର ଏବଂ ବଲିଉଡ଼୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ରହିଥିବା ସଂପର୍କକୁ ନେଇ ମଧ୍ୟ ଖୋଲି ଚର୍ଚ୍ଚା କରିଛନ୍ତି। ଏହି ସୋ’ରେ ଅମୀର୍ କୋହ୍ଲିଙ୍କୁ ଏକ ପ୍ରଶ୍ନ ପଚାରିଥିଲେ କି ବିରାଟ୍ଙ୍କୁ ଅନୁଷ୍କାଙ୍କ ଠାରେ କେଉଁ ଗୁଣଟି ପସନ୍ଦ ଆସିଥାଏ ଏବଂ କେଉଁ ଗୁଣଟି ପସନ୍ଦ ଆସି ନ ଥାଏ ?
ତେବେ ଅମୀରଙ୍କ ଏହି ପ୍ରଶ୍ନର ଉତ୍ତରରେ ବିରାଟ୍ କହିଥିଲେ କି -ଅନୁଷ୍କା ବହୁତ ସଚ୍ଚୋଟ ଓ ସଫା ହୃଦୟର ମଣିଷ ହେବା ସାଂଗକୁ ବହୁତ ଯତ୍ନଶୀଳ ମଧ୍ୟ ଅଟନ୍ତି। ଏଥିସହିତ ଅନୁଷ୍କା ତାଙ୍କ ଜୀବନରେ ପ୍ରବେଶ କରିବା ପରଠାରୁ ସେ ତାଙ୍କ ଠାରେ ୩ରୁ ୪ଟି ଗୁଣକୁ ପରିବର୍ତ୍ତନ କରିସାରିଲେଣି। ଏଥିସହିତ ବିରାଟ ମଜାମସ୍ତିରେ ପ୍ରେମିକା ଅନୁଷ୍କଙ୍କ କେଉଁ ଗୁଣକୁ ନାପସନ୍ଦ କରନ୍ତି ସେ ବିଷୟରେ ବି ଇଙ୍ଗିତ ଦେଇଥିଲେ। ସେ କହିଥିଲେ କି କୁଆଡ଼େ ଅନୁଷ୍କା ତାଙ୍କୁ ଭେଟିବାକୁ ଆସବା ପାଇଁ ସର୍ବଦା ୫ରୁ ୭ ମିନିଟ୍ ପର୍ଯ୍ୟନ୍ତ ବିଳମ୍ବ କରି ଆସନ୍ତି, ଯାହାକି ବିରାଟଙ୍କୁ ଆଦୌ ହିଁ ପସନ୍ଦ ଆସେନି।