ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ବିରାଟ କୋହଲି ଅଭିନୟରେ ଡ଼େବ୍ୟୁ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କ୍ରିକେଟ ଛାଡ଼ି ସେ ଏବେ ଫିଲ୍ମ କରିବା ସହ ତାଙ୍କ ଫିଲ୍ମ ସ୍ତ୍ରୀ ଅନୁଷ୍କାଙ୍କ ଫିଲ୍ମ ସହ ରିଲିଜ ହେବ ବୋଲି ସୂଚନା ମିଳିବା ପରେ ଖବରର ସତ୍ୟତା ଜାଣିବା ପାଇଁ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୁବାଇରେ ଚାଲୁଥିବା ଏସିଆ କପ୍ରୁ ବିରାଟଙ୍କୁ ବ୍ରେକ୍ ଦିଆ ଯାଇଥିବା ବେଳେ ଏହି ମଧ୍ୟରେ ସେ ନିଜ ଫିଲ୍ମ କରିବା କଥା ନେଇ ଘୋଷଣା କରିଛନ୍ତି । ନିଜ ଟ୍ଵିଟର ଆକାଉଣ୍ଟରେ ସେ ନିଜ ଫିଲ୍ମର ପୋଷ୍ଟର ଛାଡ଼ିବା ପରେ ଟ୍ଵିଟର ବ୍ୟବହାକାରୀମାନେ ଏହି ଖବରକୁ ଠିକ୍ ଭାବରେ ହଜମ କରି ପାରୁ ନାହାନ୍ତି। ଅନେକ ବିଜ୍ଞାପନରେ କାମ କରି ସାରିଥିବା ବିରାଟ ଏବେ ଫିଲ୍ମରେ ଡ଼େବ୍ୟୁ କରିବେ ବୋଲି ତାଙ୍କ ପୋଷ୍ଟରୁ ଜଣାପଡ଼ିଛି। ଫଟୋ ଟ୍ଵିଟ୍ କରି ୧୦ବର୍ଷ ପରେ ଆଉ ଏକ ଡ଼େବ୍ୟୁ, ଅପେକ୍ଷା କରି ପାରୁ ନାହିଁ #TrailerTheMovie ଲେଖିଥିବା ଦେଖା ଯାଇଛି । ପୋଷ୍ଟରରୁ ଏହି ଫିଲ୍ମଟି ସେପ୍ଟେମ୍ବର ୨୮ରେ ରିଲିଜ ହେବ ବୋଲି ଜଣା ପଡ଼ିଛି ।
କ୍ରିକେଟ୍ ଛାଡ଼ି ଅଭିନୟରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ବିରାଟ କୋହଲି,ପତ୍ନୀ ଅନୁଷ୍କାଙ୍କ ଫିଲ୍ମ ସହ ହେବ ଟକ୍କର, ଟ୍ଵିଟ୍ କରି ସେୟାର କଲେ ଫିଲ୍ମର ପୋଷ୍ଟର
/sambad/media/post_attachments/wp-content/uploads/2018/09/Dnln0qEU8AA3FzV.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)