ଭାଇରାଲ୍‌ ହେଲା ବିରାଟ-ଅନୁଷ୍କାଙ୍କ ଘର ଭିତରର ଫଟୋ, ଡିଜାଇନ୍‌ କରିଛନ୍ତି ସୁ‌ଜେନ୍

ନୂଆଦିଲ୍ଳୀ: କ୍ରିକେଟ୍‌ ତାରକା ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ବିଳାସମୟ ଜୀବନ ବିତାଉଛନ୍ତି। ସମୟ ପାଇଲେ ସେମାନେ ନିଜ ଝିଅ ଭମିକାଙ୍କୁ ନେଇ ଛୁଟି କାଟିବାକୁ ବି ଚାଲିଯାନ୍ତି। ସେ ଦୁହେଁ ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ ରହୁଥିବା ବେଳେ ସେମାନଙ୍କ କଥା ସବୁବେଳେ ଚର୍ଚ୍ଚା ହୋଇଥାଏ। ଏଥର ଚର୍ଚ୍ଚାର କାରଣ ପାଲଟିଛି ବିରୁଷ୍କାଙ୍କ ବିଳାସମୟ ଘର।

ଆପଣ ଜାଣନ୍ତି ଯେ କିଛି ସେଲିବ୍ରିଟି ନିଜ ଘରକୁ ନିଜେ ଡିଜାଇନ୍‌ କରିଥାନ୍ତି ତ ପୁଣି କିଛି ସେଲିବ୍ରେଟି ସେମାନଙ୍କ ଘର ଡିଜାଇନ୍‌ ପାଇଁ ଇଣ୍ଟେରିୟର୍‌ ଡିଜାଇନର୍‌ଙ୍କ ସହାୟତା ନେଇଥ‌ାନ୍ତି। ତେବେ ଜାଣିବାକୁ ଇଚ୍ଛା ଥିବ ନିଶ୍ଚୟ ଯେ ବିରାଟ ଓ ଅନୁଷ୍କା ନିଜ ଘରକୁ ନିଜେ ଡିଜାଇନ୍‌ କରିଛନ୍ତି ନା ଆଉ କିଏ? ସୂଚନା ରହିଛି ଯେ ଏହି ଦମ୍ପତିଙ୍କ ଘରକୁ ହ୍ରିତିକ୍‌ଙ୍କ ପୂର୍ବତନ ପତ୍ନୀ ସୁଜେନ୍ ଖାନ୍ ଡିଜାଇନ୍‌ କରିଛନ୍ତି।

 

 

View this post on Instagram

 

A post shared by Avās Wellness (@avaswellness)

ନିକଟରେ ବିରୁଷ୍କାଙ୍କ ଘର ଭିତରର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଘରର ବ୍ୟାକ୍‌ଗ୍ରାଉଣ୍ଡ୍‌ ଧଳା ରଂଗର ହୋଇଥିବା ବେଳେ ସେଥିରେ ସବୁଜ ଓ ଆର୍ଥିଂ ଟୋନ୍‌ ଦିଆଯାଇଛି।

ଘର ବାହାରେ ରହିଛି ଏକ ଆଉଟ୍‌ଡୋର୍‌ ପୁଲ୍‌। କିଛି ସ୍ଥାନ ଏପରି ରହିଛି ଯେଉଁଠାକୁ ସିଧାସଳଖ ସୂର୍ଯ୍ୟ କିରଣ ପଡୁଛି। ଏହା ଛଡ଼ା ବାଲ୍‌କୋନିରେ ଏକ ସିଟିଂ ଏରିଆ ବି ରହିଛି। ସେଠାରେ ଛୋଟଛୋଟ ଗଛ ବି ଲଗାଯାଇଛି, ଯାହାକି ଘରର ସୌନ୍ଦର୍ଯ୍ୟକୁ ଆହୁରି ସୁନ୍ଦର କରୁଛି।

ସମ୍ବନ୍ଧିତ ଖବର