ଥରେ କି ଦୁଇଥର ନୁହେଁ ତିନିଥର ବିବାହ କରିବେ ବିରାଟ-ଅନୁଷ୍କା! ଜାଣନ୍ତୁ କିଭଳି

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏହି ଦୁହିଁଙ୍କ ତରଫରୁ କୌଣସି ଅଧିକାରୀକୁ ସୂଚନା ମିଳି ନାହିଁ। କିନ୍ତୁ ଯେଭଳି ଭାବେ ଅନୁଷ୍କା ଶର୍ମାଙ୍କ ପରିବାରବର୍ଗ ପଣ୍ଡିତଙ୍କୁ ଧରି ବିଦେଶ ଯାତ୍ରା କରିଛନ୍ତି, ଏଥିରେ ଅନ୍ଦାଜ ଲଗାଯାଉଛି କି ଦୁହିଁଙ୍କ ବିବାହ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇସାରିଛି।

ବିଶେଷ ସୂତ୍ରରୁ ପ୍ରକାଶ, ବିରାଟ ଓ ଅନୁଷ୍କାଙ୍କ ବିବାହ ଡିସେମ୍ବର ୧୨ରୁ ୧୫ ତାରିଖ ମଧ୍ୟରେ ହେବ ବୋଲି କୁହାଯାଉଛି। ଏଥିପାଇଁ କୋହଲି ଓ ଅନୁଷ୍କା ସେମାନଙ୍କର ପରିବାର ସହିତ ଇଟାଲି ଗସ୍ତ କରି ସାରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଅର୍ଦ୍ଧାଙ୍ଗିନୀ କରିବେ। ଏଥିପାଇଁ ‘ମିଲାନ’ ସହରକୁ ଅଭିଭାବକ ଅଜୟ କୁମାର ଶର୍ମା ଓ ଅସୀମା ଶର୍ମା ଏବଂ ଭାଇ କର୍ଣ୍ଣେଶ ଶର୍ମାଙ୍କ ସହିତ ବିରାଟ ଗସ୍ତ କରି ସାରିଛନ୍ତି। ବିବାହ ପରେ କୋହଲି-ଅନୁଷ୍କା ୬୦୨ କୋଟି ଟଙ୍କାର ମାଲିକ-ମାଲିକାଣୀ ହେବେ ବୋଲି ବି ଶୁଣିବାକୁ ମିଳୁଛି।

ତେବେ ଏହି ଦୁହିଁଙ୍କ ବିବାହକୁ ନେଇ ଅନ୍ୟ ଏକ ଖବର ମଧ୍ୟ ଚର୍ଚ୍ଚାରେ ରହିଛି। ଅନୁଷ୍କା ଓ ବିରାଟଙ୍କ ବିବାହ ଥରେ କି ଦୁଇଥର ନୁହେଁ ତିନିଥର ହେବ ବୋଲି ଶୁଣିବାକୁ ମିଳୁଛି। କାରଣ ବିରାଟ ହେଉଛନ୍ତି ଶିଖ୍‌ ଓ ଅନୁଷ୍କା ହେଉଛନ୍ତି ହିନ୍ଦୁ। ତେବେ ଆଶା କରାଯାଉଛି ଡିସେମ୍ବର ୧୨ ତାରିଖରେ ବିରାଟ ଅନୁଷ୍କାଙ୍କୁ ଶିଖ୍‌ ଧର୍ମ ଅନୁସାରେ ବିବାହ କରିବେ। ପୁଣିଥରେ ଡିସେମ୍ବର ୧୫ରେ ହିନ୍ଦୁ ପରାମ୍ପରାରେ ଦୁହେଁ ବିବାହ କରିବାର ଯୋଜନା ରଖିଛନ୍ତି। ଆପଣଙ୍କ ମନରେ ପ୍ରଶ୍ନ ଆସି ସାରିବଣି ତୃତୀୟ ବିବାହଟି କିପରି ହେବ? ତେବେ ତୃତୀୟ ବିବାହ ଭାବେ ଦୁହେଁ କୋର୍ଟ ମ୍ୟାରେଜ କରିବେ। ୨୦୧୮ ଜାନୁଆରି ୪ ତାରିଖରେ ଦୁହେଁ ନିଜର ବିବାହ ପଞ୍ଜିକରଣ କରି ପାରନ୍ତି !

ବିବାହ କରିବା ପରେ ଦୁହେଁ ଡିସେମ୍ବର ୨୧ ତାରିଖରେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍‌ ଦେବେ। ଏହି ବିବାହ ଭୋଜିରେ ଉଭୟ ଖେଳ ଓ ବଲିଉଡ ତାରକାଙ୍କୁ ନିମନ୍ତ୍ରଣ କରାଯାଇଛି। ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକାଗସ୍ତ ସମୟରେ ବିରାଟଙ୍କ ସହିତ ଅନୁଷ୍କା ବି ଯିବେ ବୋଲି ଶୁଣିବାକୁ ବିଳୁଛି। ଏକ ଆଡ୍‌ ଫିଲ୍ମରେ ଏକାଠି କାମ କରୁଥିବା ସମୟରେ ବିରାଟ ଓ ଅନୁଷ୍କାଙ୍କ ସମ୍ପର୍କ ଗଢ଼ି ଉଠିଥିଲା।

ସମ୍ବନ୍ଧିତ ଖବର