ବିରୁଷ୍କାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ବିବାହ ପରର ଏହି ସବୁ ଫଟୋ ଭାଇରାଲ୍‌

ମୁମ୍ବାଇ: ଗର୍ଜିଅସ୍‌ ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ତାଙ୍କ ବିବାହ ଦିନଠାରୁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଅନ୍ୟ ସେଲିବ୍ରେଟି ଦମ୍ପତିଙ୍କ ପରି ଏହି ଦୁଇ ଜଣଙ୍କର ଫଟୋ ବିଶେଷ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁନାହିଁ। ସେଥିପାଇଁ ବୋଧହୁଏ ସେ ଦୁହିଁଙ୍କୁ ନେଇ ସେମାନଙ୍କ ପ୍ରଶଂସକଙ୍କ ଭିତରେ ସେମାନଙ୍କ ପ୍ରତି ଆଗ୍ରହ ବଢ଼ି ବଢ଼ି ଚାଲିଛି।

 

ତେବେ, ବିଳମ୍ବରେ ହେଉ ବରଂ ବିରୁଷ୍କାଙ୍କ ନିର୍ବନ୍ଧ, ବିବାହ ଏବଂ ହନିମୁନ୍‌ର କେତୋଟି ହାତ ଗଣତି ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା। ଏବେ ବିରୁଷ୍କାଙ୍କର ଆଉ ଏକ ଫଟୋ ବେଶ୍‌ ଚର୍ଚ୍ଚା ପାଲଟିଛି। ବିବାହ ପରେ ଏହି ଦମ୍ପତି ସେମାନଙ୍କ ଦୁଇ ବନ୍ଧୁଙ୍କ ସହ ଫଟୋରେ ଦେଖିବାକୁ ମିଳିଛନ୍ତି। ଏହି ଫଟୋଟି ବିରୁଷ୍କା ନାମରେ ଥିବା ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଦେଖିବାକୁ ମିଳିଛି। ଫଟୋଟିରେ ଅନୁଷ୍କା ବିରାଟଙ୍କ କାନ୍ଧରେ ମୁଣ୍ଡ ରଖି ହସୁଥିବାର ଦେଖିବାକୁ ମିଳିଛି। ଦୁଇ କଡ଼ରେ ରହିଛନ୍ତି ଦୁଇ ବାନ୍ଧବୀ।

 

Mr & Mrs Kohli ❤️❤️❤️ #virushka #anushkasharma #viratkohli

A post shared by Sara (@virushka_folyf) on

ଉଲ୍ଲେଖଯୋଗ୍ୟ, ଅନୁଷ୍କା ଓ ବିରାଟ ଦିଲ୍ଲୀଠାରେ ଡିସେମ୍ବର ୨୧ ତାରିଖରେ ଏକ ଭୋଜିର ଆୟୋଜନ କରିଥିବା ବେଳେ ୨୬ ତାରିଖରେ ମୁମ୍ବାଇରେ ଭୋଜି ଦେବାର ଯୋଜନା ରଖିଛନ୍ତି।

ସମ୍ବନ୍ଧିତ ଖବର