ନିଜ ଘର ଥାଉ ଥାଉ ମାସକୁ ୧୫ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିବେ ବିରୁଷ୍କା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦମ୍ପତି କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଭିନ୍ନ ବିବାହର ଜ୍ୱଳନ୍ତ ଉଦାହରଣ। ବିରୁଷ୍କା୨୦୧୭ ଡିସମ୍ବେର ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଦୀର୍ଘ ଦିନ ଧରି ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ପାଲଟିଥିଲେ। ଏବେ ସେମାନେ ନିଜ ବ୍ୟକ୍ତିଗତ ଜୀବନରୁ ବାହାରି ନିଜ ନିଜ କାମରେ ବ୍ୟସ୍ତ ହୋଇ ଯାଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଲଭବାର୍ଡସ ଖୁବ୍‌ ଶୀଘ୍ର ମୁମ୍ବାଇର ଓ୍ଵରଲିରେ ନିଜର ନୂଆ ଘର ବସାଇବେ। ଯାହା ବି ହେଉଁ ଏହା ହେଉଛି ଏକ କ୍ଷଣସ୍ଥାୟୀ ବ୍ୟବସ୍ଥା। ମାତ୍ର ୨୪ ମାସ ପାଇଁ ସେ ଦୁହେଁ ସେଠାରେ ରହିବେ। ଏବେ ବି ବିରାଟ ଓ୍ଵର୍‌ଲିରେ ରହୁଛନ୍ତି। ସେ ଓ୍ଵର୍‌ଲି ଛାଡ଼ିବାକୁ ଚାହୁଁନଥିବାରୁ ମାସକୁ ୧୫ ଲକ୍ଷ ଭଡ଼ା ଦେଇ ନବ ଦମ୍ପତି ୨୪ ମାସ ପର୍ଯ୍ୟନ୍ତ ଏକ ଭଡ଼ା ଘରେ ରହିବେ।

ଆହୁରି ବି ଜାଣିବାକୁ ମିଳିଛି ଯେ ୨୦୧୬ ମସିହାରେ ବିରାଟ ଓ୍ଵର୍‌ଲିଠାରେ ନିଜର ଏକ ଘର କିଣିଛନ୍ତି। ବିରାଟ ଯେଉଁ ଆପାର୍ଟମେଣ୍ଟ୍‌ କିଣିଛନ୍ତି ତାହା ୭୧୭୧ ବର୍ଗ ଫୁଟ୍‌ ଅଞ୍ଚଳର। ଏହାର ଦର ରହିଛଇ ୩୪ କୋଟି। ଏହି ଆପାର୍ଟମେଣ୍ଟ୍‌ରୁ ସ୍ପଷ୍ଟ ଭାବେ ସମୁଦ୍ର ଦୃଶ୍ୟକୁ ଉପଭୋଗ କରିହେବ।

ସମ୍ବନ୍ଧିତ ଖବର