ମୁମ୍ବାଇ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କର ଅନେକ ବଲିଉଡ ତାରକାଙ୍କ ସହ ଭଲ ବନ୍ଧୁତା ରହିଛି। କିନ୍ତୁ ଜଣେ ଗାୟକଙ୍କ ସହିତ ବିରାଟଙ୍କ ଭଲ ସମ୍ପର୍କ ନଥିବା ସାମ୍ନାକୁ ଆସିଛି। ଏହା ଆମେ କହୁ ନାହୁଁ। ଏଭଳି ଦାବି କରିଛନ୍ତି ବଲିଉଡର ଜଣାଶୁଣା ଗାୟକ ରାହୁଲ ବୈଦ୍ୟ। ବିରାଟ କୋହଲି, ରାହୁଲ ବୈଦ୍ୟଙ୍କ ଉପରେ କୌଣସି କାରଣ ପାଇଁ ରାଗିଥିବା କହିଛନ୍ତି ରାହୁଲ। କାରଣ ବିରାଟ ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ କରିଛନ୍ତି।
ଏବିଷୟରେ ଜଣାଇ ରାହୁଲ ବୈଦ୍ୟ କହିଛନ୍ତି, "ମୋତେ ବିଶେଷ କିଛି ଜଣା ନାହିଁ। ବିରାଟ କୋହଲି ଇନଷ୍ଟାଗ୍ରାମରେ ମୋତେ ବ୍ଲକ୍ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ମୁଁ ବୁଝିପାରୁ ନାହିଁ ଭାଇ କାହିଁକି ମୋତେ ବ୍ଲକ୍ କଲେ। ସେ ଆମ ଦେଶର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ତେଣୁ ମୁଁ ଜାଣେ ନାହିଁ କାହିଁକି। ବୋଧହୁଏ କିଛି ହୋଇଥାଇପାରେ। କିଛି କାରଣ ରହିଥାଇପାରେ।"
ରାହୁଲ ଅନେକ ମ୍ୟୁଜିକ୍ ଆଲବମ୍ ପାଇଁ ସ୍ୱର ଦେଇଛନ୍ତି। ଜଣେ ଗାୟକ ହେବା ବ୍ୟତୀତ ସେ 'ବିଗ୍ ବସ୍-୧୪'ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ଓ ସୋ’ର ପ୍ରଥମ ରନର୍ ଅପ୍ ହୋଇଥିଲେ। ୨୦୨୧ମସିହାରେ ରାହୁଲ ଟିଭି ଅଭିନେତ୍ରୀ ଦିଶା ପରମାରଙ୍କୁ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପରେ ଏହି ଦମ୍ପତି ଏକ ଶିଶୁକନ୍ୟାର ମାତାପିତା ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/24/XhKvpyyWVEkXZMwasNGY.jpg)