ଅନୁଷ୍କାଙ୍କ ସହିତ ରହି ବି ବିରାଟ କାହାକୁ ଝୁରୁଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ମୁମ୍ବାଇ ସିପ୍ଟ ହୋଇଯାଇଛନ୍ତି। ଦିଲ୍ଲୀ ଛାଡ଼ି ମୁମ୍ବାଇ ଘରେ ଅନୁଷ୍କାଙ୍କ ସହିତ ରହିବା ପରେ ବି ବିରାଟ ଆଉ ଜଣଙ୍କୁ ବହୁତ ଝରୁଛନ୍ତି। ସେ ହେଉଛନ୍ତି ତାଙ୍କ କୁକୁର।

ପୂର୍ବତନ ଭାରତୀୟ କ୍ରକେଟ ଦଳର ଅଧିନାୟକଙ୍କ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ବିରାଟ କୋହଲି ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି। ବିଶେଷ ଭାବେ କୁକୁରମାନଙ୍କ ପ୍ରତି କୋହଲିଙ୍କର ବହୁ ଦୁର୍ବଳତା ରହିଛି। କୋହଲି କୁକୁରଙ୍କ ସହ ମଜା କରୁଥିବାର ଦୃଶ୍ୟ ଥିବା ଫଟୋ ଆମେ ଅନେକ ଥର ଦେଖିଛୁ। କୋହଲି ଅନ୍ୟମାନଙ୍କ କୁକୁରକୁ ନିଜ କୁକୁର ଭଳି ଭଲ ପାଆନ୍ତି। ଅନେକ ଥର ତ କୋହଲି ସୁକ୍ୟୁରିଟି ଡଗ୍‌ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି। ଏହିଠାରୁ ଆମେ ଅନୁମାନ କରି ପାରୁଥିବା ସେ ତାଙ୍କ ପୋଷାକୁକୁରକୁ କେତେ ମାତ୍ରାରେ ଝୁରୁଥିବେ।

ନିକଟରେ କୋହଲି ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ଦିଲ୍ଲୀ ଛାଡ଼ି ମୁମ୍ବାଇରେ ରହୁଛି । କିନ୍ତୁ ମୋର କୁକୁରକୁ ଗୁଡଗ୍ରାମରେ ହିଁ ଛାଡ଼ି ଆସିଛି। ମୁଁ ଅନେକ ଦିନ ହେବ ତାକୁ ଦେଖିନାହିଁ। ଏବେ ମୋ ପାଖରେ ମୁମ୍ବାଇସ୍ଥିତ ଘରେ କୌଣସି କୁକୁର ନାହିଁ। ଅନୁଷ୍କା ବି କୁକୁରଙ୍କୁ ଖୁବ୍‌ ଭଲ ପାଆନ୍ତି।’

ସମ୍ବନ୍ଧିତ ଖବର