ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନେକ ସମୟରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କଥା ହୋଇଥାନ୍ତି। ଦୁହେଁ ସମସ୍ତଙ୍କ ସାମ୍ନାରେ ଓ ସୋସିଆଲ ମିଡିଆରେ ପରସ୍ପର ପ୍ରତି କେତେ ଭଲ ପାଇବା ରହିଛି, ତାହା ଦେଖାଇଥାନ୍ତି। ଏହା ସହ ଦୁହିଁଙ୍କ ପସନ୍ଦ ନାପସନ୍ଦ କ’ଣ ଦୁହେଁ ତାହା ଭଲ ଭାବରେ ଜାଣିଛନ୍ତି। ଏବେ ଅନୁଷ୍କା କେଉଁ ବଲିଉଡ ଫିଲ୍ମକୁ ଅଧିକ ଭଲ ପାଆନ୍ତି, ସେ ବିଷୟରେ ଜଣାଇଛନ୍ତି ବିରାଟ।

Advertisment

Image result for virat-kohli-reveals-anushka-sharma-favourite-movie-is-ae-dil-hai-mushkil Hindustan

ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଉଥିବା ବେଳେ ଅନୁଷ୍କାଙ୍କୁ କେଉଁ ବଲିଉଡ ଫିଲ୍ମ ପସନ୍ଦ ବୋଲି ପଚରାଯାଇଥିଲା। ଯାହାର ଉତ୍ତରରେ ବିରାଟ କହିଥିଲେ କି, ଅନୁଷ୍କାଙ୍କ ପସନ୍ଦର ଫିଲ୍ମ ହେଉଛି 'ୟେ ଦିଲ୍ ହେ ମୁସକିଲ'। ଅନୁଷ୍କା ଅନେକ ସମୟରେ ଫିଲ୍ମର ଗେ‌ାଟେ ଦୃଶ୍ୟକୁ ବହୁତ ଦେଖନ୍ତି। ୟୁଟ୍ୟୁବ୍ ଖୋଲି, ଯେତେବେଳେ ରଣବୀରଙ୍କୁ ଅନୁଷ୍କାଙ୍କ କର୍କଟ ରୋଗ ବିଷୟରେ ଜଣା ପଡ଼ିଥିବ, ସେହି ଦୃଶ୍ୟକୁ ସେ ବାରମ୍ବାର ଦେଖିଥାନ୍ତି।  ସୂଚନା ମୁତାବକ, ଏହି ଫିଲ୍ମରେ ଅନୁଷ୍କା ଓ ରଣବୀର ସାଥୀରେ କାମ କରିଥିଲେ। ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ଶାହାରୁଖଙ୍କୁ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।