ନୂଆଦିଲ୍ଲୀ: ବିରୁଷ୍କାଙ୍କୁ କିଏ ବା ନ ଜାଣିଛି। ଭାରତୀୟ କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାମକୁ ମିଶାଇ ହୋଇଛି ବିରୁଷ୍କା। ଦୁହିଁଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଣେ ଖେଳରେ କରିସ୍ମା ଦେଖାଉଥିବା ବେଳେ ଅନ୍ୟ ଜଣେ ନିଜର ଅଭିନୟ ଯାଦୁରେ ଲୋକଙ୍କୁ ବାନ୍ଧି ରଖିଛନ୍ତି। ତେବେ ଆପଣ ଜାଣିଛନ୍ତି କି ବିରାଟ ଓ ଅନୁଷ୍କାଙ୍କ ମଧ୍ୟରୁ ଧନୀ କିଏ?

Advertisment

ପ୍ରଥମେ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ଆଲୋଚନା କରିବା। ଯାହଙ୍କ ନାମ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ବର୍ତ୍ତମାନ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇରେ ବସବାସ କରୁଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, କୋହଲିଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨୭ ମିଲିୟନ ଡଲାର୍ ଅର୍ଥାତ୍ ପ୍ରାୟ ୧୦୪୬ କୋଟି ଟଙ୍କା ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଙ୍କର ବାର୍ଷିକ ହାରାହାରି ରୋଜଗାର ପ୍ରାୟ ୧୫ କୋଟି ଟଙ୍କା ହୋଇଥିବା ବେଳେ ମାସକୁ ଆନୁମାନିକ ରୋଜଗାର କରନ୍ତି ୧,୨୫,୦୦,୦୦ ଟଙ୍କା  । ସେହିପରି ସପ୍ତାହକୁ ୨୮, ୮୪, ୬୧୫ ଟଙ୍କା ଓ ଦିନକୁ ୫, ୭୬, ୯୨୩ ଟଙ୍କା ରୋଜଗାର କରନ୍ତି ବିରାଟ।

Virat Kohli Reveals What Makes Him And Anushka Sharma Smile, Shares NDTV Sports

ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ରୋଜଗାର ବିଷୟରେ ଆସନ୍ତୁ ଜାଣିବା। ଶାହରୁଖ ଖାନଙ୍କ ସହ ଫିଲ୍ମ 'ରବ ନେ ବାନା ଦି ଯୋଡି'ରୁ ବଲିଉଡରେ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିଲେ ଅନୁଷ୍କା ଶର୍ମା। ସେ ଆଜି ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଏହା ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ସର୍ବାଧିକ ରୋଜଗାର କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ।

Here's the special gift that Virat Kohli gave Anushka Sharma on their wedding, worth over Rs 1 crore | GQ India GQ India

ନେଟ ୱାର୍ଥ ଅନୁଯାୟୀ ଅନୁଷ୍କା ସ୍ୱାମୀ ବିରାଟଙ୍କଠାରୁ ବହୁତ ପଛରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୩୫ ନିୟୁତ ଡଲାର ବା ପ୍ରାୟ ୨୬୫ କୋଟି ଟଙ୍କା ରହିଛି।

ସିନେମା ବ୍ୟତୀତ ସୋସିଆଲ ମିଡିଆ ଏବଂ ବିଜ୍ଞାପନ ସମେତ ତାଙ୍କର ରୋଜଗାରର ଅନେକ ଉତ୍ସ ଅଛି | ଏକ ଆକଳନ ଅନୁଯାୟୀ ଅନୁଷ୍କା ଶର୍ମା ଏକ ଚଳଚ୍ଚିତ୍ର ପାଇଁ ୧୦କୋଟି ଟଙ୍କା ନେଇ ଥାଆନ୍ତି। ତାଙ୍କର ବାର୍ଷିକ ଆୟ ୧୨ କୋଟିରୁ ଅଧିକ ରହିଛି। ଏହା ବ୍ୟତୀତ, ସେ ପ୍ରତ୍ୟେକ ବିଜ୍ଞାପନ ପାଇଁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଦାବି କରି ଥାଆନ୍ତି।