ପ୍ରଯୋଜକଙ୍କୁ ବିବାହ କରିବାର କ’ଣ ଫାଇଦା ରହିଛି କହିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ଡାଉନ୍‌ ଥିବାରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଘରେ ରହିଛନ୍ତି। ବିରାଟଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକସନ୍‌ କମ୍ପାନି ନିକଟରେ ଏକ ୱେବ ସିରିଜ ତିଆରି କରିଛନ୍ତି। କୋହଲି ଏହି ସିରିଜ ରିଲିଜ ହେବା ପୂର୍ବରୁ ଦେଖି ସାରିଥିଲେ। ଏବଂ ସୋସିଆଲ ମିଡିଆରେ ପ୍ରଯୋଜକ ପତ୍ନୀଙ୍କୁ ବିବାହ କରିବାର ଲାଭ ବିଷୟରେ ଜଣାଇଛନ୍ତି।

Virat Kohli reviews Anushka Sharma's Paatal Lok, says 'Proud of my ...
Hindustan Times

‘ପାତାଳ ଲୋକ’ ନାମରେ ଏକ ୱେବ ସିରିଜ ନିକଟରେ ରିଲିଜ ହୋଇଛି। ୯ ଅଧ୍ୟାୟର ଏହି ସିରିଜକୁ ଅନୁଷ୍କା ଶର୍ମା ଓ ତାଙ୍କର ଭାଇ କର୍ଣେଶଙ୍କ ପ୍ରଯୋଜନା ସଂସ୍ଥା ତିଆରି କରିଛି। ବିରାଟ କୋହଲି ଟୁଇଟରରେ ପତ୍ନୀ ଅନୁଷ୍କାଙ୍କୁ ଟ୍ୟାଗ କରି ଲେଖିଛନ୍ତି, ଏଭଳି ୱେବ ସିରିଜର ପ୍ରଯୋଜକଙ୍କୁ ବିବାହ କରିବାର ଫାଇଦା ହେଉଛି କି, ଆପଣ ୱେବ ସିରିଜ ରିଲିଜ ହେବା ପୂର୍ବରୁ ହିଁ ଦେଖି ପାରିବେ। ଆଉ ମୋତେ ଏହା ଖୁବ୍‌ ପସନ୍ଦ ଆସିଛି।’

ବିରାଟ କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ୱେବ ସିରିଜର ପେଜ ଖୋଲିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର