ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଦ୍ବିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ହେଲେ ବାରମ୍ବାର ତାଙ୍କର ଅନେକ ଭିଡିଓ ଭାଇରାଲ ହେଉଛି, ଯାହା ସେ ଗର୍ଭବତୀ ଥିବା ନେଇ ପ୍ରମାଣ ଦେଉଛି। ପୂର୍ବରୁ କିଛି ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଦୀପାବଳି ପାର୍ଟିକୁ ଯିବା ସମୟର ଏକ ଭିଡିଓରେ ଅନୁଷ୍କାଙ୍କ ବେବି ବମ୍ପ ଦେଖାଯାଇଛି।
Virushka at Team Hotel for Diwali Celebration 😍✨❤️#viratkohli#anushkasharmapic.twitter.com/opBNBMrXtM
— 𝙒𝙧𝙤𝙜𝙣🥂 (@wrogn_edits) November 11, 2023
ସୂଚନା ମୁତାବକ, ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଭାରତୀୟ କ୍ରିକେଟ୍ ଦଳର ଦୀପାବଳି ପାର୍ଟିରେ ଯୋଗ ଦେଇଥିଲେ। ସେଠାକୁ ଗୋଲାପୀ ଏବଂ ବାଇଗଣୀ ରଙ୍ଗର ସାଲୱାଲ ସୁଟ ପିନ୍ଧି ସେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଅନୁଷ୍କା ଏବଂ ବିରାଟ ଦୀପାବଳି ପାର୍ଟି ପାଇଁ ଏକ ହୋଟେଲ ଭିତରକୁ ଯାଉଥିବାର ନଜର ଆସିଛନ୍ତି। ଏହି ସମୟରେ ଅନୁଷ୍କା ଶର୍ମା ନିଜ ଦୁପଟ୍ଟା ଘୋଡାଇ ନିଜ ପେଟ ଲୁଚାଉଥିବାର ଦେଖାଯାଇଛି। ଅନୁଷ୍କାଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ସେ ପୁଣି ଥରେ ଗର୍ଭବତୀ ଥିବା ନେଇ ଥମି ଥିବା ଚର୍ଚ୍ଚା ଜୋର ଧରିଛି।