ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୁଇମାସ ହେବ ସାଉଥ ଆଫ୍ରିକାରେ ରହିଛନ୍ତି। ଅଭିନେତ୍ରୀ ଅନୁଷ୍କାଙ୍କୁ ବିବାହ କରିବା ପରେ ରିସେପ୍ସନ୍ ସାରି ଆଫ୍ରିକା ବାହାରି ଯାଇଥିଲେ। ଆଫ୍ରିକାରେ ପହଁଥିବା ପରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସାଥୀରେ ଥିଲେ। କିନ୍ତୁ ଜରୁରୀକାମ ପାଇଁ ଅନୁଷ୍କାଙ୍କୁ ଭାରତ ଫେରିବାକୁ ପଡ଼ିଥିଲା। ବିବାହ ପରେ ପ୍ରଥମ ଥର ବିରାଟ ଅନୁଷ୍କାଙ୍କ ଠାରୁ ଏତେ ଦିନ ଯାଏଁ ଦୂରରେ ରହିଛନ୍ତିି। ବିରାଟ ତାଙ୍କର ଲେଟେଷ୍ଟ ଇନ୍ଷ୍ଟାଗ୍ରାମ ପୋଷ୍ଟକୁ ଦେଖି ଅନୁଷ୍କାଙ୍କ କଥା ତାଙ୍କର ବହୁତ ମନେ ପଡ଼ୁଛି ବୋଲି ଅନୁମାନ ଲଗାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିରାଟ କୋହଲି ମଙ୍ଗଳବାର ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କରୁଥିବାର ଏକ ସୁନ୍ଦର ରୋମାଣ୍ଟିକ୍ ଫଟୋ ଇନ୍ଷ୍ଟାଗ୍ରାମ ସେୟାର କରିଛନ୍ତି। ଏହି ଫଟୋର କେପସନ୍ରେ ବିରାଟ କୋହଲି ଲେଖିଛନ୍ତି, ‘ମାଇ ଓ୍ଵାନ୍ ଆଣ୍ଡ ଓନ୍ଲି’। ବିରାଟ କୋହଲି ପୋଷ୍ଟ କରିଥିବା ଏହି ଫଟୋରେ ଦୁହିଁଙ୍କ ମଧ୍ୟରେ କାହାରି ଚେହେରା ଦେଖିବାକୁ ମିଳୁ ନାହିଁ। ତାଙ୍କ ଫଟୋର ବେକ୍ଗ୍ରାଉଣ୍ଡର ଏକ ପେଣ୍ଟିଙ୍ଗ ରହିଛି। କୋହଲି ଏହି ଫଟୋ ସେୟାର କରିବାର କାରଣ ସେ ଏବେ ସାଉଥ୍ ଆଫ୍ରିକାରେ ଅଛନ୍ତି ଓ ଅନୁଷ୍କ ମୁମ୍ବାଇରେ ସିନେମା ‘ପରି’ ପାଇଁ ପ୍ରୋମୋସନ୍ ‘ସୁଇ ଧାଗା’ ଓ ‘ଜିରୋ’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି, ତାଙ୍କର ଅନୁଷ୍କାଙ୍କ କଥା ବହୁତ ମନେ ପଡ଼ୁଛି।
ଦୁଇମାସ ହେବ ସାଉଥ୍ ଆଫ୍ରିକାରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ଟିମ୍ ଇଣ୍ଡିଆ ହାରିବା ପରେ ଓ୍ଵାନ୍-ଡେରେ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥିଲେ। ଟି -୨୦ ସିରିଜିରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ ଜିତି ସାରିବା ପରେ ବୁଧବାର ଦ୍ୱିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ସମ୍ପୂର୍ଣ୍ଣ ସିରିଜରେ ବିରାଟ କୋହଲି ଖୁବ୍ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ଓ୍ଵାନ୍ ଡେ ସିରିଜ ଜିତିବା ପରେ ଏହାର ଶ୍ରେୟ ସେ ଅନୁଷ୍କା ଶର୍ମାଙ୍କୁ ଦେଇଥିଲେ।