ନୂଆଦିଲ୍ଲୀ : କ୍ରିକେଟ ଏବଂ ବଲିଉଡ୍ର ସବୁଠାରୁ ରୋମାଣ୍ଟିକ୍ ଦମ୍ପତି ବିରୁଷ୍କା ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ନିଜର ଫଟୋ ହେଉ ବା ଭିଡ଼ିଓ ସବୁ ବେଳେ ଦୁହିଁଙ୍କ ମଧ୍ୟରେ ଥିବା ଭଲପାଇବାକୁ ନେଇ ଚର୍ଚ୍ଚା ହୋଇଥାଏ । ଏବେ ଦୁଇ ଜଣ ଇଂଲଣ୍ଡ ଗସ୍ତରେ ଥିବା ବେଳେ ପ୍ରତିଦିନ ଦୁଇ ଜଣଙ୍କର କିଛି ନା କିଛି ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଆଉ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଦୁଇଜଣଙ୍କ ଫଟୋ ଦେଖିପାରିବେ ନାହିଁ ।
/sambad/media/post_attachments/wp-content/uploads/2018/07/1582161-viratanushkaa-1513066564-355-640x480-300x225.jpg)
ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବା ପରେ କୌଣସି ଭାରତୀୟ ଖେଳାଳୀଙ୍କ ପତ୍ନୀ ବା ପ୍ରେମିକା ତାଙ୍କ ସହ ରହିପାରିବେ ନାହିଁ ବୋଲି ନୂଆ ନିୟମ ଲାଗୁ କରାଯାଇଛି । ଏହି ନିୟମ ପାଇଁ ଏବେ ସବୁ କ୍ରିକେଟରଙ୍କ ପତ୍ନୀ ଏବଂ ପିଲାଙ୍କୁ ଇଂଲଣ୍ଡରୁ ଘରକୁ ଫେରିବାକୁ ପଡ଼ିବ ।