ନୂଆଦିଲ୍ଲୀ: ପ୍ରସିଦ୍ଧ ଦକ୍ଷିଣ ଅଭିନେତା ତଥା ପ୍ରଯୋଜକ ବିଷ୍ଣୁ ବିଶାଲଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ବିଶାଲ ଭାରତର ବ୍ୟାଡ୍ମିଣ୍ଟନ୍ ତାରକା ଜ୍ବାଲା ଗୁଟ୍ଟାଙ୍କୁ ଦ୍ବିତୀୟ ବିବାହ କରିଥିବା ବେଳେ ବିବାହର ୪ବର୍ଷ ପରେ ଦୁହେଁ ମାତାପିତା ହୋଇଛନ୍ତି। ଜ୍ବାଲା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାଯାଇଛି। ବିଶାଲ ତାଙ୍କ ସୋସିଆଲ ମିଡିଆ 'ଏକ୍ସ' ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ତାଙ୍କ ପତ୍ନୀ ଜ୍ୱାଲା ଗୁଟ୍ଟା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ପରେ, ପ୍ରଶଂସକ ଏବଂ ଅନେକ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।
/sambad/media/post_attachments/ibnlive/uploads/2025/04/Screenshot-2025-04-22-120945-2025-04-7b8bdddd4153d132b63f9765972eb6a4-881420.png?impolicy=website&width=0&height=0)
ବିଶାଲ ସେୟାର କରିଥିବା ପ୍ରଥମ ଫଟୋରେ ଶିଶୁକନ୍ୟାର ହାତର ଫଟୋ ଥିବା ବେଳେ ଦ୍ବିତୀୟ ଫଟୋରେ ତାଙ୍କ ପୁଅ ଆରୟନଙ୍କ ଫଟୋ ରହିଛି। ପୋଷ୍ଟଟି ସେୟାର କରି ଅଭିନେତା ଲେଖିଛନ୍ତି, "ଆମର ଗୋଟିଏ ଝିଅ ହେଲା। ଆରୟନ ଏବେ ବଡ଼ ଭାଇ। ଆଜି ଆମର ଚତୁର୍ଥ ବିବାହ ବାର୍ଷିକୀ ଏବଂ ଏହି ବିଶେଷ ଦିନରେ ଆମେ ଭଗବାନଙ୍କଠାରୁ ଏକ ବିଶେଷ ଉପହାର ପାଇଛୁ। ଆପଣ ସମସ୍ତଙ୍କର ଭଲପାଇବା ଏବଂ ଆଶୀର୍ବାଦ ଆବଶ୍ୟକ।"
ଉଲ୍ଲେଖଯୋଗ୍ୟ, ବିଷ୍ଣୁ ବିଶାଲ ପୂର୍ବରୁ ୨୦୧୧ ମସିହାରେ ରଜନୀ ନଟରାଜଙ୍କୁ ବିବାହ କରିଥିଲେ। ୨୦୧୭ ମସିହାରେ ସେମାନଙ୍କର ପୁଅ ଆରୟନ ଜନ୍ମ ହୋଇଥିଲା ଏବଂ ୨୦୧୮ ମସିହାରେ ଉଭୟ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ, ଅଭିନେତା ୨୨ ଏପ୍ରିଲ, ୨୦୨୧ରେ ହାଇଦ୍ରାବାଦରେ ବ୍ୟାଡମିଣ୍ଟନ ଷ୍ଟାର ଜ୍ୱାଲା ଗୁଟ୍ଟାଙ୍କୁ ବିବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/04/22/StBJBedFNCSNwBW8deCk.jpg)