ମୁମ୍ବାଇ: ଏବେ ବିବାହ କରୁଥିବା ଦମ୍ପତ୍ତିଙ୍କୁ ଟାର୍ଗେଟ କଲେ 'ଦି କଶ୍ମୀର ଫାଇଲ୍ସ' ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଦେଖେଇ ହେବା ପାଇଁ ଲୋକେ ବାହା ହେଉଥିବା କହିଲେ ବିବେକ। ଟ୍ବିଟ କରି ସେ ଏଭଳି କହିଥିବା ଦେଖାଯାଇଛି। ଜଣେ ୱେଡିଂ ପ୍ଲାନର ତାଙ୍କୁ ଏଭଳି କହିିଥିବା ବିଷୟରେ ସେ ଲେଖିଛନ୍ତି।

Advertisment

ସେ ଟ୍ବିଟ କରିଛନ୍ତି ଯେ, “ଭଲ ଫଟୋ ଉଠାଇବା, ଭଲ ଭିଡିଓ ରେକର୍ଡ କରିବା ଏବଂ ‘ଡେଷ୍ଟିନେସନ ୱେଡିଂ’ର ଟ୍ୟାଗ୍ ପାଇବା ପାଇଁ ଲୋକମାନେ ବିବାହ କରୁଛନ୍ତି। ଜଣେ ୱେଡିଂ ପ୍ଲାନର ମୋତେ ଏହା କହିଥିଲେ। ଏହା ସତ୍ୟ ଅଟେ। ମୁଁ ଏକ ‘ଡେଷ୍ଟିନେସନ ୱେଡିଂ’କୁ ଯାଇଥିଲି। ସେଠାରେ ଫଟୋଗ୍ରାଫରର ଆସିବା ବିଳମ୍ବ ହେବ ଜାଣିବା ପରେ କନ୍ୟା ଅଚେତ ହୋଇପଡ଼ିଥିଲେ।"

ବିବେକଙ୍କ ଏହି ଟ୍ବିଟ ଏବେ ଭାଇରାଲ ହେଉଥିବା ବେଳେ ଏଭଳି ଟ୍ବିଟ କରି ସେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି। ବିବେକ ଏବେକାର ବିବାହକୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ଟ୍ବିଟର ବ୍ୟବହାରକାରୀ ସହମତି ପ୍ରକାଶ କରିଥିବା ଦେଖାଯାଇଛି।