ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଅଭିନେତା ବିବେକ ଓବରାୟ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଛନ୍ତି। ସେ ତାଙ୍କର ପୁରୁଣା ଟ୍ଵିଟ୍କୁ ଡିଲିଟ୍ କରିଦେବା ସହ ଅନ୍ୟ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ ‘ଯଦି ମୋ ମେମେରେ କୌଣସି ମହିଳାଙ୍କ ଅପମାନ ହୋଇଛି ତେବେ ମୁଁ କ୍ଷମା ମାଗୁଛି। ପୁରୁଣା ଟ୍ଵିଟ୍ ଡିଲିଟ୍ କରି ଦେଇଛି।’
ଉଲ୍ଳେଖଯୋଗ୍ୟ, ରବିବାର ଏକ୍ଜିଟ୍ ପୋଲ୍ ଆସିବା ପରେ ଏହାକୁ ନେଇ ବିବେକ ଟ୍ଵିଟର୍ରେ ଏକ ମଜାଦାର ଟ୍ଵିଟ୍ କରିଥିଲେ। ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କର ସଲମାନଙ୍କ ସହ ଥିବା ଏକ ଫଟୋକୁ ‘ଓପିନିୟନ ପୋଲ୍’, ନିଜ ସହ ଥିବା ଏକ ଫଟୋକୁ ‘ଏକ୍ଜିଟ୍ ପୋଲ୍’ ଏବଂ ଶେଷର ସ୍ୱାମୀ ଅଭିଷେକଙ୍କ ସହ ଥିବା ଏକ ଫଟୋକୁ ‘ରେଜେଲ୍ଟ’ ବୋଲି ଲେଖ ଟ୍ଵିଟ୍ କରିଥିଲେ। ଯାହା ତତ୍କ୍ଷଣାତ ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା। ଏହା ପରେ ବିବେକଙ୍କୁ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ ପକ୍ଷରୁ ଜଣେ ମହିଳାଙ୍କୁ ଅପମାନ କରିଥିବା ଅଭିଯୋଗରେ ଏକ ନୋଟିସ୍ ଜାରି କରାଯାଇଥିଲା।