ତୁମେ କ୍ଷମା କରିବାରେ ବିଶ୍ୱାସ କର କି? ଜାଣନ୍ତୁ ସଲମାନଙ୍କୁ କ’ଣ ପାଇଁ ଏଭଳି ପ୍ରଶ୍ନ କଲେ ବିବେକ ଓବରଏ

ମୁମ୍ବାଇ : ନିଜ ଫିଲ୍ମ ପିଏମ୍‌ ନରେନ୍ଦ୍ର ମୋଦୀକୁ ନେଇ ଏବେ ଅଭିନେତା ବିବେକ ଓବରଏ ଚର୍ଚ୍ଚାରେ ରହିଥିବା ବେଳେ ଆଉ ଏକ କାରଣ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଲମାନଙ୍କୁ ସେ ଯେଉଁ ପ୍ରଶ୍ନ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚାରେ ବିବେକ ଓବରଏ । ତେବେ ହଠାତ୍‌ ବିବେକ ସଲମାନଙ୍କୁ ଏଭଳି ପ୍ରଶ୍ନ କାହିଁକି ପଚାରିଲେ, ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ କାରଣଟି ଅତୀତରେ ଲୁଚି ରହିଥିବା ଜଣା ପଡ଼ିଛି ।

India Today

 

ସୂଚନା ମୁତାବକ, ୨୦୦୩ରେ ବିବେକ ଓବରଏ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସଲମାନଙ୍କ ଉପରେ ମିଥ୍ୟା ଆରୋପ ଲଗାଇଥିଲେ । ସଲମାନ ମଦ ପିଇ ମୋତେ ୪୧ଥର ଫୋନ କରିବା ସହ ହତ୍ୟା ଧମକ ଦେଇଥିଲେ ବୋଲି ବିବେକ ସାମ୍ବାଦିକ ସମ୍ମିଳନୀରେ ଜଣାଇବା ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । ତାଙ୍କୁ ଫିଲ୍ମ ମିଳିବା କମ ହୋଇଯିବା ସହ ସେ ପରେ ନିଜ ଭୁଲ ବୁଝିପାରି ସଲମାନଙ୍କୁ ଅନେକ ସମୟରେ କ୍ଷମା ମାଗିଥିବା ମଧ୍ୟ ଦେଖା ଯାଇଛି । କିନ୍ତୁ ସଲମାନ ତାଙ୍କୁ ଏ ପର୍ଯ୍ୟନ୍ତ କ୍ଷମା କରି ନାହାନ୍ତି । ଏ ନେଇ ଏକ ସାକ୍ଷାତକାରରେ ବିବେକଙ୍କୁ, ସଲମାନଙ୍କୁ ଏକ ପ୍ରଶ୍ନ କରିବାକୁ କୁହାଗଲେ, ତୁମେ କ’ଣ ପଚାରିବ ବୋଲି କୁହାଯାଇଥିଲା । ଯାହାର ଉତ୍ତର ରଖି ମୁଁ ତାଙ୍କୁ, ତୁମେ ସତରେ କ୍ଷମା କରିବାକୁ ନେଇ ବିଶ୍ୱାସ କର କି? ପଚାରିବି ବୋଲି କହିଥିଲେ ବିବେକ । ଏଥିରୁ ସଲମାନ୍‌ଙ୍କ ସହ ବିବେକ ନିଜ ସଂପର୍କକୁ ବଦଳାଇବାକୁ ଚାହୁଁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର