କେବେ ରାହୁଲ ଗାନ୍ଧୀଙ୍କ ଚରିତ୍ରରେ ଆସିବାକୁ ପସନ୍ଦ କରିବେ କି? ପ୍ରଶ୍ନର ଏଭଳି ଉତ୍ତର ଦେଲେ ବିବେକ ଓବରଏ

ମୁମ୍ବାଇ : ବିଭିନ୍ନ ବାଧାର ସାମ୍ନା କରି ଏପ୍ରିଲ ୧୧ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ପିଏମ୍‌ ମୋଦୀ । ଫିଲ୍ମଟି ମୋଦୀଜୀଙ୍କ ଜୀବନ କାହାଣୀକୁ ନେଇ ତିଆରି କରାଯାଇଥିବା ବେଳେ ଏଥିରେ ମୋଦୀଜୀଙ୍କ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ବିବେକ ଓବରଏ । ଫିଲ୍ମକୁ ନେଇ ବିବେକ ଖୁବ୍‌ ଖୁସି ଥିବା ବେଳେ ଫିଲ୍ମଟି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଥିଲେ । ସାକ୍ଷାତକାରରେ ତାଙ୍କୁ ଫିଲ୍ମ ସହ ଜଡ଼ିତ ଅନେକ ପ୍ରଶ୍ନ କରାଯିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ଖୁବ୍‌ ଚମତ୍କାର ଭାବରେ ରଖିଥିଲେ ଅଭିନେତା ବିବେକ ।

Mathrubhumi

ସାକ୍ଷାତକାରେ, ଭବିଷ୍ୟତରେ ଆପଣ ରାହୁଲ ଗାନ୍ଧୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହିଁବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଉତ୍ତର ରଖି, ଯଦି ସେ ଜୀବନରେ କିଛି ପ୍ରେରଣା ଦେବା ଭଳି କାମ କରିବେ, ତେବେ ମୁଁ ତାଙ୍କ ଜୀବନୀକୁ ନେଇ ତିଆରି କରାଯାଇଥିବା ଫିଲ୍ମରେ କାମ କରିବି । ମୋର ବିଶ୍ୱାସ ସେ ଦେଶ ପାଇଁ ଆଗାମୀ ସମୟରେ ବହୁତ କିଛି କରିବେ ବୋଲି କହିଥିଲେ ବିବେକ ।

ସମ୍ବନ୍ଧିତ ଖବର