ମୁମ୍ବାଇ: ବଲିଉଡ ଅଭିନେତା ବିବେକ ଓବରାଏ ଏକ ସମୟ ଥିଲା ହ୍ୟାଣ୍ଡସବ ଅଭିନେତାଙ୍କ ତାଲିକାରେ ଥିଲେ।  କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ମୋଡ଼ ଆସିଥିଲା ଯେ ସବୁକିଛି ବିବେକଙ୍କ ହାତରୁ ଚାଲିଯାଇଥିଲା। କାମ ମିଳିବା ବନ୍ଦ ହୋଇଯାଇଥିଲା। ଘରେ ବସିବାକୁ ବାଧ୍ୟ ହୋଇଥିଲେ ବିବେକ।

Advertisment

ଅନେକ ଦୁଃଖ କଷ୍ଟ ସହିବା ପରେ ବିବେକ ନିଜକୁ ଦୃଢ଼ କରିଥିଲେ ସିନେମାରୁ କାମ ଆସିବ ସେ କାମ କରିବେ ସେସବୁ ଉପରୁ ଭରଷା ଛାଡ଼ି ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ୟବସାୟ ହେତୁ ବିବେକଙ୍କ ବର୍ତ୍ତମାନର ନେଟୱାର୍ଥ ୧୨୦୦କୋଟି ଟଙ୍କା ଥିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅନୁମାନ କରାଯାଉଛି। 

ବିବେକ ଓବରାଏ ଆଜି ଜଣେ ସଫଳ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହା ସତ୍ତ୍ବେ ବି ତାଙ୍କ ସିନେମା ପ୍ରତି ରହିଛି ଦୁର୍ବଳତା। ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ବିବେକ କହିଛନ୍ତି, ‘ପ୍ଲାଷ୍ଟିକ ଭଳି ଲୋକଙ୍କ ସହିତ ମୁଁ ରହିଥିଲେ, ଏମିତି ଏକ ମଣିଷ ପାଲଟି ଯାଇଥାଆନ୍ତି ଯାହା କେବଳ ଲୋକଦେଖାଣିଆ ହୋଇଥାଆନ୍ତା। ଜୀବନକୁ ନଷ୍ଟ କରିବାକୁ ଯାଉଥିବା ସମ୍ପର୍କରୁ ଠିକ ସମୟରେ ଓହରି ଆସିଥିଲି। ଏବେ ଲୋକେ ମୋତେ ଟ୍ରୋଲ କରିଲେ ବି କିଛି ଫରକ ପଡ଼ୁନାହିଁ। କାରଣ ମୋତେ ମୋ ଜୀବନର ଏକ କାରଣ ମିଳିଯାଇଛି।  ମୁଁ ଜାଣି ସାରିଲିଣି କି ମୋ ପାଇଁ କ’ଣ ଆବଶ୍ୟକ ରହିଛି।

ଜୀବନରେ ସମୟସମୟରେ ଆମେ ଖରାପ ସମ୍ପର୍କ ସହିତ ଯୋଡ଼ି ହୋଇଯାଇଥାଉ। ଏହା ଏମିତି ଏକ ସମ୍ପର୍କ ଥାଏ, ଯେଉଁଥିରେ ସାମ୍ନା ମଣିଷ କେବଳ ଆପଣଙ୍କ ବ୍ୟବହାର କରିଥାଏ। ଆପଣଙ୍କ ସମ୍ମାନ କରେ ନାହିଁ। ଆମେ ଏମିତି ସମ୍ପର୍କରେ ଯୋଡ଼ି ହେବାର କାରଣ ଆମେ ନିଜକୁ ନିଜେ ଚିହ୍ନି ପାରି ନଥାଉ।’