ନିଜ ଅଜାଣତରେ ସବୁଠାରୁ ବଡ଼ ଶତ୍ରୁ ସଲମାନଙ୍କ ଫିଲ୍ମ ‘ଭାରତ’ର ପ୍ରମୋସନ କରିଦେଲେ ଅଭିନେତା ବିବେକ ଓବରଏ

ମୁମ୍ବାଇ : ଅଭିନେତା ବିବେକ ଓବରଏ ଏବଂ ସଲମାନ ଖାନ୍‌ଙ୍କ ମଧ୍ୟରେ ସଂପର୍କ କିଭଳି ତାହା ସମସ୍ତଙ୍କୁ ଜଣା । ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଦୁହିଁଙ୍କ ମଧ୍ୟରେ ଯେଉଁ ଝଡ଼ ଉଠିଥିଲା, ତାହା ଏ ପର୍ଯ୍ୟନ୍ତ ଶାନ୍ତ ହୋଇ ନାହିଁ । ବିବେକ ନିଜ ଭୁଲ ପାଇଁ ଅନେକ ସମୟରେ କ୍ଷମା ମାଗି ସାରିଥିଲେ ମଧ୍ୟ ସଲମାନ ତାଙ୍କୁ କ୍ଷମା ଦେଇ ପାରି ନାହାନ୍ତି । ତେବେ ଶତ୍ରୁତା ଏବେ ବଜାୟ ଥିବା ବେଳେ ନିଜ ଅଜଣାତରେ ବିବେକ ସଲମାନଙ୍କ ଫିଲ୍ମର ପ୍ରମୋସନ କରି ଦେଇଥିବା ଦେଖା ଯାଇଛି ।

navbharattimes.indiatimes.com

ସୂଚନା ମୁତାବକ, ବିବେକ ନିଜ ଟୁଇଟର ଆକାଉଣ୍ଟକୁ ଯାଇ ଶପଥ ସମାରୋହକୁ ନିମନ୍ତ୍ରଣ କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହ ମୁଁ ନରେନ୍ଦ୍ର ଭାଇଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀରୁ #Bharatର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରୁଥିବାର ଦେଖୁଛି । ମୁଁ ନିଜକୁ ଏତେ ବଡ଼ ଐତିହାସିକ ସମୟର ଏକ ଛୋଟ ଅଂଶ ଭଳି ଅନୁଭବ କରୁଛି ବୋଲି ଲେଖିଥିଲେ ବିବେକ । ତେବେ ଅଜାଣତରେ ବିବେକ #Bharat ବୋଲି ଲେଖି ସଲମାନଙ୍କ ଫିଲ୍ମର ପ୍ରମୋସନ କରି ଦେଇଥିଲେ । କାରଣ ସୋସିଆଲ ମିଡ଼ିଆରେ ଫିଲ୍ମର ପ୍ରମୋସନ #Bharat ନାମରେ ହିଁ କରାଯାଉଥିବା ଜଣା ପଡ଼ିଛି । କିନ୍ତୁ ପରେ ସେ ଏହା ଜାଣି ପାରି ପୁରୁଣା ଟୁଇଟ୍‌କୁ ହଟାଇ ଏକ ନୂଆ ଟୁଇଟ୍‌ କରିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର