ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କର ୭୫ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ବଲିଉଡ ଅଭିନେତା ବିବେକ ଓବେରୟ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସବୁଠାରୁ ବଡ଼ ରକ୍ତଦାନ ଶିବିର ଆୟୋଜନ କରିବେ। ସେ ଲୋକମାନଙ୍କୁ ବହୁ ସଂଖ୍ୟାରେ ରକ୍ତଦାନ କରିବାକୁ ଆହ୍ୱାନ କରିଛନ୍ତି।
#WATCH | Mumbai, Maharashtra: On the blood donation camp, actor Vivek Oberoi says, "PM Modi is an inspiration for the youth of the nation. September 17th is both PM Modi's birthday and the foundation day of Akhil Bhartiya Terapanth Yuvak Parishad (ABTYP), for which we are… pic.twitter.com/1atpAf2JA6
— ANI (@ANI) September 9, 2025
ଏହି କାର୍ଯ୍ୟକ୍ରମ ବିଷୟରେ ବିବେକ ଓବେରୟ ସୂଚନା ଦେଇ କହିଛନ୍ତି, ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ଗତ ୧୧ ବର୍ଷ ଧରି ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରିଆସୁଛି। ଏହା ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ତା’ପରେ ମୁଁ ଏହାକୁ ଯୋଗ ଦେଇଥିଲି। ମୁଁ ପ୍ରଥମ ଥର ପାଇଁ ସେଦିନ ହିଁ ରକ୍ତଦାନ କରିଥିଲି। ସେହି ବର୍ଷ ଆମେ ୧,୦୦,୨୧୨ ୟୁନିଟ୍ ରକ୍ତଦାନ କରିବାର ରେକର୍ଡ ମଧ୍ୟ କରିଥିଲୁ। ଏଥର ଏହି କାର୍ଯ୍ୟକ୍ରମ ବହୁତ ବିଶେଷ କାରଣ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ତମ ଜନ୍ମଦିନ ପାଇଁ ଉତ୍ସର୍ଗୀକୃତ। ବିବେକଙ୍କ ଆହୁରି କହିଛନ୍ତି ଯେ, ଏଥର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ଏହି ଶିବିରରେ ପ୍ରଥମ ଥର ପାଇଁ ୭୫ ହଜାର ରକ୍ତଦାତା ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ୭୫ଟି ଦେଶର ୭,୫୦୦ କେନ୍ଦ୍ରରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯିବ। ଚଳିତ ବର୍ଷ ୩ ଲକ୍ଷ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି।
ବିବେକ ଓବେରୟ ୨୦୧୯ ରେ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦୀ'ରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହା ଓମୁଙ୍ଗ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଅନିରୁଦ୍ଧ ଚାୱଲା ଏବଂ ବିବେକ ଓବେରୟ ଏହାକୁ ଲେଖିଥିଲେ।