ବଚ୍ଚନ ପରିବାରର ଆରୋଗ୍ୟ କାମନା କଲେ ଐଶ୍ବର୍ଯ୍ୟାଙ୍କ ପୂର୍ବତନ ପ୍ରେମିକ ବିବେକ ଓବରଏ

ମୁମ୍ବାଇ:  ଆପଣ ଜାଣିଥିବେ ନିଶ୍ଚୟ ଯେ କେବଳ ଜୟା ବଚ୍ଚନଙ୍କୁ ବାଦ୍‌ ଦେଲେ ପୂରା ବଚ୍ଚନ ପରିବାର କରୋନା ଦ୍ବାରା ଆକ୍ରାନ୍ତ। ବିଗ୍‌ ବି ଅମିତାଭ ବଚ୍ଚନ, ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଅରାଧ୍ୟା କରୋନା ପଜିଟିଭ୍‌ ହୋଇଛନ୍ତି। ବଚ୍ଚନ ପରିବାର କୋଭିଡ୍‌-୧୯ ଦ୍ବାରା ଆକ୍ରାନ୍ତ ହେବା ପରେ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭକାମନା ମିଳିବାରେ ଲାଗିଛି।

ଅନେକ ପ୍ରଶଂସକ ସୋସିଆଲ୍‌ ମିଡିଆରେ ବଚ୍ଚନ ପରିବାରର ଆରୋଗ୍ୟ କାମନା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ବଲିଉଡ୍‌ ଅଭିନେତା ତଥା ଐଶ୍ବର୍ଯ୍ୟା ରାୟଙ୍କ ପୂର୍ବତନ ପ୍ରେମିକ ବିବେକ୍‌ ଓବରଏ।

ଫିଲ୍ମ ଫେୟାର୍‌ର ଟ୍ବିଟର୍‌ ଆକାଉଣ୍ଟ୍‌ରେ ବଚ୍ଚନ ପରିବାର କରୋନା ଆକ୍ରାନ୍ତ ବୋଲି କରାଯାଇଥିବା ଏକ ଟ୍ବିଟ୍‌କୁ ରି-ଟ୍ବିଟ୍‌ କରି ବିବେକ୍‌ ଲେଖିଛନ୍ତି, ‘ବଚ୍ଚନ ପରିବାର ଖୁବ୍ ଶୀଘ୍ର ସୁସ୍ଥ ହୁଅନ୍ତୁ ଏହା ହିଁ ଆମ କାମନା।’

ଭିନ୍ନ ଏକ ଟ୍ବିଟ୍‌ କରି ସେ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଆ‌ରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, ‘ବଚ୍ଚନ ସାହେବ ଓ ଜୁନିୟର୍‌ ବଚ୍ଚନ ଶୀଘ୍ର ସୁସ୍ଥ ହୁଅନ୍ତୁ। ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ। ଶୀଘ୍ର ଭଲ ହୋଇଯାଅ। ନିଜର ଯତ୍ନ ନିଅ।’

ସମ୍ବନ୍ଧିତ ଖବର