୧୬ ବର୍ଷ ପରେ ବି ବିବେକଙ୍କ ବିଶ୍ୱାସ ରହିଛି କି ସଲମାନ୍‌ ତାଙ୍କୁ କ୍ଷମା କରିଦେବେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିବେକ ଓବରାଏ ଏଇକିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ତାଙ୍କ ରୋଲ ପ୍ଲେ କରିବା ନେଇ ଚର୍ଚ୍ଚାରେ ରହିଛନ୍ତି। ଏମିତି ଏକ ସମୟ ଥିଲା ଯେତେବେଳେ ବିବେକଙ୍କୁ କୌଣସି ସିନେମା ମିଳୁ ନଥିଲା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ଅଭିନୟ କରିବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଛି।

ତେବେ ୨୦୦୩ରେ ପ୍ରେସ କନ୍‌ଫରେନ୍ସ କରି ବିବେକ ସଲମାନ୍‌ ଖାନ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ ଆଣି ଥିଲେ। ଏହାପର ଠାରୁ ସଲମାନ୍‌ ଓ ବିବେକଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଯାଇଥିଲା। ବିବେକ ଏହି ଘଟଣାକୁ ନେଇ ସଲମାନ୍‌ଙ୍କୁ ଅନେକ ଥର କ୍ଷମା ବି ମାଗିଥିଲେ। କିନ୍ତୁ ସଲମାନ ତରଫରୁ କୌଣସି ଉତ୍ତର ମିଳି ନଥିଲା। ଏହି ଘଟଣାକୁ୧୬ ବର୍ଷ ବିତି ଯାଇଛି। ହେଲେ ଏବେ ବି ବିବେକଙ୍କ ବିଶ୍ୱାସ ରହିଛି କି ସଲମାନ୍‌ ତାଙ୍କୁ କ୍ଷମା କରି ଦେବେ।

Koimoi

ଏକ ସାକ୍ଷାତକାର ସମୟରେ ବିବେକଙ୍କୁ ପଚରା ଯାଇଥିଲା କି ଯଦି ସଲମାନ୍‌ଙ୍କୁ କିଛି ପଚାରିବାକୁ ହୁଏ ତେବେ ସେ କ’ଣ ପଚାରିବେ। ଏହାର ଉତ୍ତରରେ ବିବେକ କହିଥିଲେ, ସଲମାନଙ୍କୁ ମୋର ଗୋଟିଏ ହିଁ ପ୍ରଶ୍ନ ରହିବ କ’ଣ ସେ ମୋତେ କ୍ଷମା କରିଦେବେ।

ସମ୍ବନ୍ଧିତ ଖବର