ମୁମ୍ବାଇ:: ଲୋକପ୍ରିୟ ଟେଲିଭିଜନ କଳାକାର ଭିଭିଆନ ଡସେନା ଓ ୱାବିଜ ଦୋରାବଜୀ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଲମ୍ବା ସମୟର ବ୍ୟବଧାନ ପରେ ଦମ୍ପତିଙ୍କ ଛାଡପତ୍ର ହୋଇଛି । ‘ପ୍ୟାର୍ କି ଏକ୍ କାହାନି’ ନାମକ ସିରିଏଲର ସୁଟିଂ ସମୟରେ ଏହି ଦୁଇଜଣ ପ୍ରେମରେ ପଡି ଯାଇଥିଲେ । ପରେ ଏହି ଦୁଇଜଣ ୨୦୧୩ ମସିହାରେ ବିବାହ କରିଥିଲେ । ବିବାହର କିଛିବର୍ଷ ପରେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା ଓ ୨୦୧୭ରେ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ । ମାମଲାଟି ୪ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ତେବେ ଏବେ ଦୁଇଜଣ ସୌହାର୍ଦ୍ୟପୂର୍ଣ୍ଣଭାବେ ନିଜଠାରୁ ଦୂରେଇଯାଇ ଆଗକୁ ବଢିବାକୁ ସ୍ଥିର କରିଛନ୍ତି।

Advertisment

ଦମ୍ପତି ଦୁଇଜଣ ସମାନ ବାର୍ତ୍ତା ଜାରିକରି କହିଛନ୍ତି, ଦୁଃଖର ସହିତ ଆମେ ଘୋଷଣା କରୁଛୁ ଯେ ଆମେ ଆଇନଅନୁସାରେ ଅଲଗା ହୋଇଯାଇଛୁ । ଆମ ମଧ୍ୟରେ ସମ୍ପର୍କ ଠିକ୍ କରିବା ପାଇଁ ଆମେ କିଛି ବର୍ଷ ହେଲା ଚେଷ୍ଟା କରିଆସୁଥିଲୁ, କିନ୍ତୁ ଶେଷରେ ଆମେ ନିଷ୍ପତ୍ତି ନେଲୁ ଯେ ଅଲଗା ଅଲଗା ଭାବେ ଆମେ ଆମର ଜୀବନ ଆରମ୍ଭ କରିବୁ ।

ପରସ୍ପରର ସହମତିରେ ଆମେ ଏହି ନିଷ୍ପତ୍ତି ନେଇଛୁ, ଛାଡପତ୍ର ପାଇଁ ଆମେ କେହି କାହାରିକୁ ଦୋଷାରୋପ କରିନୁ । ଆମେ ଆମର ନିଷ୍ପତ୍ତିକୁ ବ୍ୟକ୍ତିଗତଭାବେ ପରିଚାଳିତ କରିଛୁ, ଆମ ବ୍ୟକ୍ତିଗତ ଜୀବନ ବିଷୟରେ ସବିଶେଷ ଆଲୋଚନା କରିବା କଷ୍ଟସାଧ୍ୟ । ଆମେ ଆଶା କରୁଛୁ ସୌହାର୍ଦ୍ୟପୂର୍ଣ୍ଣଭାବେ ପ୍ରଶଂସକଙ୍କ ଭଲପାଇବା ଓ ସହଯୋଗରେ ଭବିଷ୍ୟତରେ ଆଗକୁ କାମ କରିବୁ । ଆଗକୁ ଭଲ ପ୍ରଜେକ୍ଟରେ କାମ କରି ପ୍ରଶଂସକମାନେ ଅତୀତରେ ଆମକୁ ଯେଉଁ ଭଲପାଇବା ଦେଇଆସିଛନ୍ତି ତାହାକୁ ଶୁଝିବାକୁ ଚେଷ୍ଟା କରିବୁ । ଭବିଷ୍ୟତରେ ଆମେ ପ୍ରଶଂସକଙ୍କଠାରୁ ଅତୀତ ଭଳି ଭଲପାଇବା ପାଇବୁ ବୋଲି ଆଶା କରୁଛୁ ।