ଓଲିଉଡ୍ର ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀଙ୍କୁ ଦର୍ଶକ ନିକଟରେ ସୁପର୍ହିଟ୍ ଛବି ‘କର୍ମ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଦେଖିବାକୁ ପାଇଛନ୍ତି। ଏଣେ ସୂର୍ଯ୍ୟମୟୀ ଏବେ ସବ୍ୟସାଚୀ ମହାପାତ୍ରଙ୍କ ‘ରାଣ୍ଡି ପୁଅ ଅନନ୍ତା’ରେ ଅନ୍ୟତମ ଆଗଧାଡ଼ିର ନାୟକ ସବ୍ୟସାଚୀଙ୍କ ସହ କାମ କରୁଛନ୍ତି। ଏ ଦୁଇ ନାୟକଙ୍କ ସହ ପ୍ରଥମ ଥର କାମ କରିଥିବା ସୂର୍ଯ୍ୟମୟୀ ପୂର୍ବରୁ ଆକାଶଙ୍କ ସହ ‘ଜୟହିନ୍ଦ’ରେ ଅଭିନୟ କରିଛନ୍ତି। ତେବେ ସୂର୍ଯ୍ୟମୟୀଙ୍କୁ ତାଙ୍କ ପ୍ରଥମ ସିନେମା ‘ଭଲ ପାଏ ତତେ ଶହେରୁ ଶହେ’ରେ ମିଳିଥିଲା ବାବୁସାନଙ୍କ ସାଥ୍।
ତେଣେ ଅମ୍ଳାନଙ୍କ ବିପକ୍ଷରେ ସେ ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ମାଲ୍ୟଗିରି’ରେ ବି ନଜର ଆସିଥିଲେ। କହିବାକୁ ଗଲେ, କେବଳ ଅରିନ୍ଦମଙ୍କୁ ଛାଡ଼ି ଅନ୍ୟସବୁ ଆଗଧାଡ଼ିର ନାୟକଙ୍କ ସହ କାମ କରିସାରିଲେଣି ସୂର୍ଯ୍ୟମୟୀ। ଅନୁଭବ, ସବ୍ୟସାଚୀ, ବାବୁସାନ୍, ଆକାଶ ଓ ଅମ୍ଳାନଙ୍କ ପରେ ଅରିନ୍ଦମଙ୍କ ସହ ସୂର୍ଯ୍ୟମୟୀଙ୍କୁ କେବେ ଦେଖିବାକୁ ମିଳୁଛି, ତାହାକୁ ଉଭୟ ତାରକାଙ୍କ ପ୍ରଶଂସକ ଅପେକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/26/1Hye1VVFDJos3K271O5G.jpg)