ବଲିଉଡରେ ଏବେ ଦୁଇ ନାୟିକାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଯେ ଏମାନେ ଖୁବ୍ ଶୀଘ୍ର ବାହା ହେବେ। ହେଲେ ଏମାନେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ କ’ଣ କରୁଥିଲେ, ତାହା ଜାଣିବାକୁ ଚାହାଁନ୍ତି କି ? । ଆସନ୍ତୁ ଜାଣିବା ସେ ସଂପର୍କରେ -
ସୋନମ୍ କପୁର- ଲୋକପ୍ରିୟ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ୍ କପୁର ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଭଂସାଲୀଙ୍କ ଫିଲ୍ମ ‘ ସାଓ୍ଵରିୟା’ ଜରିଆରେ ବଲିଉଡରେ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ । ହେଲେ ତା’ପୂର୍ବରୁ ସେ କ’ଣ କରୁଥିଲେ ଜାଣନ୍ତି । ଏହା ପୂର୍ବରୁ ସୋନମ୍ ସଂଜୟଙ୍କ ପୂର୍ବ ଫିଲ୍ମ ‘ବ୍ଲାକ୍’ ରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତା’ପୂର୍ବରୁ ସେ ଯେତେବେଳେ ସିଙ୍ଗାପୁରରେ ପାଠ ପଢୁଥିଲେ, ସେଠି ଏକ ରେସ୍ତୁଁରାରେ ଓ୍ଵଟ୍ରେସ ଭାବେ କାମ କରୁଥିଲେ। ଏଥିରୁ କିଛି ଅର୍ଥ ଉପାର୍ଜନ କରି ନିଜର ପକେଟ୍ ମନି ବାହାର କରୁଥିଲେ ବୋଲି ନିଜେ ସୋନମ୍ କପୁର କହିଛନ୍ତି ।
/sambad/media/post_attachments/wp-content/uploads/2018/02/parineeti-in-today-300x188.jpg)
ପରିଣୀତି ଚୋପ୍ରା- ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହିଟ୍ ସିନେମା ‘ ଲେଡିଜ୍ ଭର୍ସେସ୍ ଭିକି ବହଲ୍’ ରେ ରଣବୀର ସିଂହଙ୍କ ସହ ସେକେଣ୍ଡ ଲିଡ୍ ରୋଲରେ ପ୍ରଥମେ ନଜର ଆସିଥିଲେ ପରିଣୀତ ଚୋପ୍ରା । ଏହା ଅବଶ୍ୟ ଭିନ୍ନ କଥା ଯେ ଏଥିରେ ଅନୁଷ୍କା ଶର୍ମା ଥିଲେ ଫିମେଲ୍ ଲିଡ୍ରେ । ଏହି ସିନେମାରେ କାମ କରିବା ପୂର୍ବରୁ ପରିଣୀତ ୟଶରାଜ ଫିଲ୍ମସ କଂପାନିରେ ମାର୍କେଟିଂ ଇଷ୍ଟର୍ଣ୍ଣ ରୂପେ କାମ କରୁଥିଲେ । ପରେ ତାଙ୍କୁ ନିର୍ମାତା ଆଦିତ୍ୟ ଚୋପ୍ରା ଏହି ଫିଲ୍ମରେ ସହ ନାୟିକା ଭୂମିକା ଲାଗି ଅଫର ଦେଇଥିଲେ ଓ ତାହା ସେ ସ୍ୱୀକାର କରିଥିଲେ । ପରେ ପରିଣୀତ ଚୋପ୍ରା ଫିଲ୍ମ ‘ ଇଶକ୍ଜାଦେ’ , ‘ ଗୋଲମାଲ୍ -ରିଟର୍ଣ୍ଣସ’ ଭଳି ସିନେମାରେ ନାୟିକା ଭୂମିକାରେ ନଜର ଆସି ଚର୍ଚ୍ଚିତା ହୋଇଛନ୍ତି ।