ଆରପାରିରେ ୱାଜିଦ୍‌: ଏହା ଥିଲା ୱାଜିଦ୍‌ଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ୍‌

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ସଂଗୀତକାର ୱାଜିଦ୍ ଖାନଙ୍କର ପରଲୋକରେ ସାରା ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅନେକଙ୍କ ପ୍ରିୟ ସଂଗୀତ ନିର୍ଦ୍ଦେଶକ ପାଲଟି ପାରିଥିବା ୱାଜିଦ୍‌ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଆପଣଙ୍କର ଜାଣିବାର ଆଗ୍ରହ ନିଶ୍ଚୟ ଥିବ ଯେ ମୃତ୍ୟୁ ପୂର୍ବରୁ ସୋସିଆଲ୍‌ ମିଡିଆରେ ୱାଜିଦ୍‌ଙ୍କ ଶେଷ ପୋଷ୍ଟ୍‌ କ’ଣ ଥିଲା?

ସେ ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ କରିଥିଲେ। ପାଞ୍ଚ ଦିନ ତଳେ ସେ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ତାଙ୍କର ଏକ ଗୀତ ପୋଷ୍ଟ୍‌ କରିଥିଲେ। ଗୀତଟିକୁ ସେ ଓ ତାଙ୍କ ଭାଇ ସଜିଦ୍‌ ଖାନ୍‌ଙ୍କ‌ ମିଶି ନିର୍ଦ୍ଦେଶନା ଦେଇଥିଲେ। ଇଦ୍‌ ଉପଲକ୍ଷେ କରିଥିବା ଏହି ଗୀତଟିକୁ ଶ୍ରୋତାଙ୍କ ଉଦ୍ଦେଶ୍ୟରେ ଇନ୍‌ଷ୍ଟାରେ ଉତ୍ସର୍ଗ କରିଥିଲେ ୱାଜିଦ୍‌।

 

ଗୀତଟିକୁ ଗ୍ରହଣୀୟତା ମିଳିଥିବା ନେଇ ସେ ତାଙ୍କ ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ଲେଖିଥିଲେ ଯେ ଜାଭେଦ୍‌ ଅଲ୍ଲୀ ଗାଇଥିବା ଆମର ଦ୍ବିତୀୟ ଇଦ୍‌ ଗୀତଟି ଆଜି ସଂଧ୍ୟା ୭ଟାରେ ରିଲିଜ୍‌ ହେବାକୁ ଯାଉଛି।

ଗୀତଟିର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ୍-‌ ୱାଜିଦ୍‌। ଗାଇଛନ୍ତି ଜାଭେଦ୍‌ ଅଲ୍ଲୀ ଓ ଲେଖିଛନ୍ତି ଦାନିସ୍‌ ସାବ୍ରି। ଶେଷରେ ସେ ସମସ୍ତଙ୍କୁ ଇଦ୍‌ ମୁବାରକ ଦେଇଛନ୍ତି।

ସମ୍ବନ୍ଧିତ ଖବର