ସ୍ୱର୍ଗତଃ ସଂଗୀତକାର ୱାଜିଦ୍‌ ଖାନଙ୍କ ମା’ କରୋନା ସଂକ୍ରମିତ

ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତକାର ୱାଜିଦ୍‌ ଖାନଙ୍କର ଗତ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ପରେ ବଲିଉଡ୍‌ ଶୋକରେ ବୁଡିଯାଇଛି। ଏସବୁ ଭିତରେ ଓ୍ଵାଜିଦ୍‌ ଖାନ୍‌ଙ୍କ ମା’ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି।

ଓ୍ଵାଜିଦଙ୍କ ମା’ଙ୍କ କୋଭିଡ-୧୯ ରିପୋର୍ଟ ପିଜିଟିଭ୍‌ ଆସିବା ପରେ ତାଙ୍କୁ ମୁମ୍ବାଇର ସୁରନା ସେଠିଆ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଓ୍ଵାଜିଦ୍‌ଙ୍କର ବି ଏହି ହସ୍‌ପିଟାଲ୍‌ରେ କିଡ଼ନି ରୋଗର ଚିକିତ୍ସା ହୋଇଥିଲା। ଓ୍ଵାଜିଦଙ୍କ ମା’ଙ୍କ  କରୋନା ସଂକ୍ରମିତ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଓ୍ଵାଜିଦ୍‌ଙ୍କ ମା’ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Wajid Khan's mother tests positive for coronavirus | Entertainment ...
The Indian Express

ଏପଟେ ସଂଗୀତକାର ୱାଜିଦ୍‌ ଖାନଙ୍କର ଅକାଳ ବିୟୋଗ ପରେ ଟୁଇଟ କରି ଅନେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଥିଲେ। ନିଜ ଭାଇ ସାଜିଦ ଖାନଙ୍କ ସହ ମିଶି ସାଜିଦ୍‌-ୱାଜିଦ ନାମରେ ସେ ବହୁ ଲୋକପ୍ରିୟ ବଲିଉଡ୍‌ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। କିଛିଦିନ ତଳେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା ବେଳେ ଏବେ ତାଙ୍କ ମା’ଙ୍କର ବି କୋଭିଡ-୧୯ ପରୀକ୍ଷା ପଜିଟିଭ୍‌ ଆସିବା ପରେ ଓ୍ଵାଜିଦ୍‌ଙ୍କ ପରିବାରରେ ଦୁଃଖର ପାହାଡ଼ ଖସି ପଡ଼ିଛି।

ସମ୍ବନ୍ଧିତ ଖବର