ହ୍ରିତିକ୍‌ଙ୍କ ସୁପରହିରୋ ଜ୍ୟାକେଟ୍‌ ଏବଂ ଅନୁଷ୍କାଙ୍କ କୁର୍ତିର ନିଲାମ ପରେ ନିଜ ପୋଷାକ ନିଲାମ କରିବେ ଆଲିଆ

ମୁମ୍ବାଇ : ଆଗରୁ କଳାକାର ଅକ୍ଷୟ କୁମାର ନିଜ ଫିଲ୍ମ ‘ରୁସ୍ତମ୍‌’ରେ ପିନ୍ଧିଥିବା ନୌସେନା ପୋଷାକର ନିଲାମୀ କରି ବିବାଦ ଘେରକୁ ଆସିଥିବା ବେଳେ ଏବେ ସେହି ରାସ୍ତା ଆପଣାଇଛନ୍ତି ଅନ୍ୟ ବଲିଉଡ୍‌ ଅଭିନେତା। ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଏମ୍‌ଆଇ ଓ୍ଵାର୍ଡ଼ଡ଼୍ରୋବ୍‌ ଇଜ୍‌ ସୁ ଓ୍ଵାର୍ଡ଼ଡ଼୍ରୋବ୍‌’ ଶୀର୍ଷକ ଅଭିଯାନ ଆରମ୍ଭ କରିଛି । ବଲିଉଡ୍‌ ତାରକାଙ୍କ ଚର୍ଚ୍ଚିତ ପୋଷାକ ନିଲାମୀରୁ ଆସୁଥିବା ଅର୍ଥରେ ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଅଭିଯାନ ଉଦ୍ଦିଷ୍ଟ। ଆଲିଆ ଭଟ୍ଟ ନିଜ ଇନ୍‌ଷ୍ଟା ପେଜ୍‌ରେ ଏହି ଅଭିଯାନ ପାଇଁ ଆଲିଆ ନିଜ ଓ୍ଵାର୍ଡ଼ଡ଼୍ରୋବ୍‌ରେ ଥିବା ପୋଷାକର ନିଲାମ କରିବେ ବୋଲି ଘୋଷଣା କରିଛନ୍ତି ।

Mi wardrobe is Su wardrobe ✨

A post shared by Alia ✨⭐ (@aliaabhatt) on

ଏମ୍‌ଆଇ ଓ୍ଵାର୍ଡ଼ଡ଼୍ରୋବ୍‌ ଇଜ୍‌ ସୁ ଓ୍ଵାର୍ଡ଼ଡ଼୍ରୋବ୍‌ କିଛି କାରଣ ପାଇଁ ଏଭଳି ପନ୍ଥା ଆପଣାଇଛନ୍ତି । ସେମାନଙ୍କ ଏହି କାମରେ ମୁଁ ସେମାନଙ୍କୁ ସାହାଯ୍ୟ କରିବି । ମୋ ପୋଷାକ ନିଲାମି ପରେ ଯାହା ବି ଟଙ୍କା ଆସିବ ତାଙ୍କୁ ସେ ସବୁ ଦାନ କରାଯିବ ବୋଲି ଆଲିଆ ଲେଖିଛନ୍ତି । ଆଲିଆଙ୍କ ପୂର୍ବରୁ ହ୍ରିତିକ୍‌ ରୋଶନ୍‌ ଏବଂ ଅନୁଷ୍କାଙ୍କର ମଧ୍ୟ ପୋଷାକକୁ ନିଲାମୀ ଆରମ୍ଭ ହୋଇ ସାରିଛି । କ୍ରିସ୍‌ରେ ହ୍ରିତିକ୍‌ ପିନ୍ଧିଥିବା ସୁପରହିରୋ ଜ୍ୟାକେଟ୍‌ ଏବଂ ବ୍ରେକ୍‌ଅପ୍‌ ସଙ୍ଗରେ ଅନୁଷ୍କା ପିନ୍ଧିଥିବା କୁର୍ତିର ନିଲାମି ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ହ୍ରିତିକ୍‌ ପିନ୍ଧିଥିବା ସୁପରହିରୋ ଜ୍ୟାକେଟ୍‌ର ନିଲାମୀ ୭୦,୦୦୦ଟଙ୍କାରେ ପହଞ୍ଚିଥିବା ବେଳେ ଅନୁଷ୍କା ପିନ୍ଧିଥିବା କୁର୍ତୀର ମୂଲ୍ୟ ୧୮,୫୦୦ରେ ପହଞ୍ଚିଛି । ଏହି ଦୁଇଟି ପୋଷାକର ନିଲାମୀ ଜୁନ୍‌ ୩ ରାତି ୯.୩୦ରେ ବନ୍ଦ କରାଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର