ମୁମ୍ବାଇ: ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଆଗାମୀ ଆକ୍ସନ ଫିଲ୍ମ 'ୱାର ୨' ଘୋଷଣା ହେବା ପରଠାରୁ, ଦର୍ଶକ ଏହାର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି। ଫିଲ୍ମଟି ରିଲିଜ୍ ହେବାକୁ ଆଉ ମାତ୍ର ତିନି ସପ୍ତାହ ବାକି ଥିବା ବେଳେ ଏବେ ଏହାର ବହୁ ପ୍ରତୀକ୍ଷିତ ଚମତ୍କାର ଟ୍ରେଲର ରିଲିଜ୍ ହୋଇଛି। ଆଜିି ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏଥିରେ ୨ସୁପରଷ୍ଟାରଙ୍କ ଦମଦାର ଆକ୍ସ ଦେଖିବାକୁ ମିଳିଛି।
ଟ୍ରେଲରରେ ଦୁଇ ସୁପରଷ୍ଟାର ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ମଧ୍ୟରେ ଭୟଙ୍କର ଲଢ଼େଇ ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ରିଲିଜ୍କୁ ନେଇ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। 'ୱାର ୨'ର ଟ୍ରେଲରରେ ଦମଦାର ଆକ୍ସନ ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମରେ ପ୍ରଥମ କରି ଅଭିନେତ୍ରୀ କିଆରା ଆଡଭନୀ ବିକିନିରେ ନଜର ଆସିବେ। ହ୍ରିତିକଙ୍କ ସହ କିଆରାଙ୍କ ରୋମାନ୍ସ ମଧ୍ୟ ଟ୍ରେଲରରେ ଦର୍ଶକ ପସନ୍ଦ କରୁଥିବା ଦେଖାଯାଇଛି।
ଜୁନିଅର ଏନଟିଆର 'ୱାର ୨' ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। ୨୦୧୯ରେ ରିଲିଜ ହୋଇଥିବା 'ୱାର'ର ସିକ୍ୱେଲ ହେଉଛି 'ୱାର ୨'। ଏଥିରେ ହ୍ରିତିକ୍ ରୋଶନ ପୁଣି ଥରେ କବୀର ଭୂମିକାରେ ନଜର ଆସିବେ। ଫିଲ୍ମରେ କିଆରା ଆଡଭାନୀ ଏବଂ ଆଶୁତୋଷ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ୟଶ ରାଜ ସ୍ପାଏ ୟୁନିଭର୍ସର ଏହି ଫିଲ୍ମ ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/25/new-projewer-2025-07-25-11-50-24.jpg)