୩୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ‘ଓ୍ଵାର୍’

ମୁମ୍ବାଇ : ବଲିଉଡ ଅଭିନେତା ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ‘ଓ୍ଵାର୍’ ଏବେ ବକ୍ସ ଅଫିସରେ ୩୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ସିନେମା ପ୍ରଥମ ୧୨ଦିନରେ ପ୍ରାୟ ୨୭୦ କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଦୀପାବଳୀ ଯାଏଁ ମଧ୍ୟ ଏହା ଧମାଲ କରିଚାଲିବ ଏବଂ ଶାହିଦ କପୁରଙ୍କ ‘କବୀର ସିଂହ’ର ଲାଇଫଟାଇମ୍ କଲେକସନକୁ ବି ଟପିଯିବ ବୋଲି ସମୀକ୍ଷକ ମତ ଦେଉଛନ୍ତି । ହିନ୍ଦୀ ବ୍ୟତୀତ ଅନ୍ୟସବୁ ଭାଷାର କଲେକସନର ହିସାବକୁ ନେଇ ଏହା କୁହାଯାଉଛି।

ଆହୁରି ମଧ୍ୟ କୁହାଯାଉଛି ଯେ ଆଜି ଯାଏଁ କୌଣସି ହିନ୍ଦୀ ସିନେମା ପ୍ରଥମ ସପ୍ତାହରେ ୨୦୦ କୋଟି ଟଙ୍କା ଆୟ କରିପାର ନଥିବା ବେଳେ ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ‘ଓ୍ଵାର୍’ ତାହା କରିଥିଲା।ଆଗରୁ ପ୍ରଥମ ୩ଦିନରେ ଫିଲ୍ମଟି ୩ଟି ରେକର୍ଡ ବ୍ରେକ୍ କରିଥିବା ଜଣାପଡ଼ିଛି । ୪,୦୦୦ସ୍କ୍ରିନରେ ରିଲିଜ୍ ହୋଇଥିବା ଫିଲ୍ମଟି ଚଳିତ ବର୍ଷ ରିଲିଜ୍ ହୋଇଥିବା ସବୁ ଫିଲ୍ମର ରେକର୍ଡ ଭାଙ୍ଗିଛି ।

War Box Office Collection Day 5: सलमान खान की फिल्म को पछाड़ कर आगे बढ़ी 'वॉर', किया चौंकाने वाला कलेक्शन
image source-ndtv

୩ଦିନରେ ୧୦୦ କୋଟି ଟଙ୍କା ଆୟ କରି ୨୦୧୯ର ୩ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ବନିଯାଇଥିଲା ଓ୍ଵାର୍ ।ଏହା ସହ ପୂର୍ବରୁ ରିତିକ୍-ଟାଇଗରଙ୍କ କୌଣସି ଫିଲ୍ମ ୩ ଦିନରେ ଏତିକି କୋଟି ଟଙ୍କା ଆୟ କରି ନଥିବା ବେଳେ ଓ୍ଵାର୍ ଜରିଆରେ ତାହା ସମ୍ଭବ ହୋଇ ପାରିଛି ।

ସମ୍ବନ୍ଧିତ ଖବର