୩୦୦ କୋଟି କ୍ଲବ୍‌ରେ ‘ଓ୍ଵାର୍‌’, ୨୦୧୯ର ସବୁଠାରୁ ବଡ଼ ବ୍ଲକ୍‌ବଷ୍ଟର ପାଲଟିଲା ରିତିକ୍‌-ଟାଇଗରଙ୍କ ଫିଲ୍ମ

ମୁମ୍ବାଇ : ଅକ୍ଟୋବର ୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ୍ଵାର’ କମାଲ କରି ଦେଖାଇଛି । ୨୦୧୯ର ସବୁଠାରୁ ବଡ଼ ବ୍ଲକ୍‌ବଷ୍ଟର ଫିଲ୍ମ ସାଜିବା ସହ ଅନେକ ବଡ଼ ବଡ଼ କଳାକାରଙ୍କ ରେକର୍ଡ ଭାଙ୍ଗିଛି ଏହି ଫିଲ୍ମ । ମାତ୍ର ୩ ସପ୍ତାହରେ ଫିଲ୍ମଟି ୩୦୦କୋଟି କାରବାର ପାର୍‌ କରିଛି । ଫିଲ୍ମଟି ଏବେ ବି ଦର୍ଶକଙ୍କ ମନ କିଣୁଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଆୟ କରିବ ବୋଲି ଆଶା କରାଯାଉଛି । ରିଲିଜ୍‌ ଦିନଠାରୁ ହିଁ ଫିଲ୍ମ ୨୦୧୯ରେ ରିଲିଜ୍‌ ହୋଇଥିବା ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗିବା ଆରମ୍ଭ କରିଥିଲା । କିଛି ଦିନ ତଳେ ଫିଲ୍ମଟି କବୀର ସିଂହକୁ ମଧ୍ୟ ପଛରେ ପକାଇବା ସହ ଏବେ ୩୦୦କୋଟି କ୍ଲବ୍‌ରେ ସାମିଲ ହୋଇଛି ।

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଏ ନେଇ ଟୁଇଟ୍‌ କରିବା ପରେ ଖବରଟି ସାମ୍ନାକୁ ଆସିଛି । ଟୁଇଟ୍‌ରେ, ଅବ୍‌କି ବାର୍‌ ୩୦୦ପାର୍‌ । ୨୦୧୯ର ସବୁ ରେକର୍ଡକୁ ଭାଙ୍ଗି ବ୍ଲକ୍‌ବଷ୍ଟର ପାଲଟିଛି ଓ୍ଵାର ବୋଲି ଲେଖିଥିଲେ ତରଣ ଆଦର୍ଶ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରିତିକ୍‌ ରୋଶନ, ଟାଇଗର ଶ୍ରଫ୍‌ ଓ ବାଣୀ କପୁର ।

ସମ୍ବନ୍ଧିତ ଖବର