୨୦୦ କୋଟି ଛୁଇଁଲାଣି ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ‘ଓ୍ଵାର୍’!

ମୁମ୍ବାଇ : ବଲିଉଡ ଅଭିନେତା ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ‘ଓ୍ଵାର୍’ଏବେ ବକ୍ସ ଅଫିସରେ ୨୦୦କୋଟି କ୍ଲବ୍ରେ ସାମିଲ ହେବାକୁ ଯାଉଛି । ଏହି ସିନେମା ପ୍ରଥମ ପାଞ୍ଚ ଦିନରେ ପ୍ରାୟ ୨୦୦ କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହା ଧମାଲ କରିବ ବୋଲି ଆଶା କରାଯାଉଛି ।ହିନ୍ଦୀ ବ୍ୟତୀତ ଅନ୍ୟସବୁ ଭାଷାର କଲେକସନର ହିସାବକୁ ନେଇ ଏହା କୁହାଯାଉଛି।

ଆହୁରି ମଧ୍ୟ କୁହାଯାଉଛି ଯେ ଆଜି ଯାଏଁ କୌଣସି ହିନ୍ଦୀ ସିନେମା ପ୍ରଥମ ସପ୍ତାହରେ ୨୦୦ କୋଟି ଟଙ୍କା ଆୟ କରିପାର ନଥିବା ବେଳେ ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ‘ଓ୍ଵାର୍’ ତାହା କରିବାକୁ ଯାଉଛି।

War Box Office Collection Day 5: सलमान खान की फिल्म को पछाड़ कर आगे बढ़ी 'वॉर', किया चौंकाने वाला कलेक्शन
photo-ndtv

ଆଗରୁ ୩ଦିନରେ ଫିଲ୍ମଟି ୩ଟି ରେକର୍ଡ ବ୍ରେକ୍ କରିଥିବା ଜଣା ପଡ଼ିଛି । ୪,୦୦୦ସ୍କ୍ରିନ୍ରେ ରିଲିଜ୍ ହୋଇଥିବା ଫିଲ୍ମଟି ଚଳିତ ବର୍ଷ ରିଲିଜ୍ ହୋଇଥିବା ସବୁ ଫିଲ୍ମର ରେକର୍ଡ ଭାଙ୍ଗିଛି । ୩ଦିନରେ ୧୦୦ କୋଟି ଟଙ୍କା ଆୟ କରି ୨୦୧୯ର ୩ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ବନିଯାଇଛି ଓ୍ଵାର୍ ।
ଏହା ସହ ପୂର୍ବରୁ ରିତିକ୍-ଟାଇଗରଙ୍କ କୌଣସି ଫିଲ୍ମ ୩ ଦିନରେ ଏତିକି କୋଟି ଟଙ୍କା ଆୟ କରି ନଥିବା ବେଳେ ଓ୍ଵାର୍ ଜରିଆରେ ତାହା ସମ୍ଭବ ହୋଇ ପାରିଛି ।

ସମ୍ବନ୍ଧିତ ଖବର