‘ୱାର୍’ ରଚାଇଲା ଚହଳ, ୨ ଦିନରେ ଆୟ କଲାଣି ଏତିକି କୋଟି ଟଙ୍କା

ମୁମ୍ବାଇ: ପରଦାକୁ ଆସିବା ପରେ ଚହଳ ସୃଷ୍ଟି କଲା ଆକ୍ସନ୍- ଥ୍ରୀଲର୍ ଫିଲ୍ମ ୱାର୍ । ଫିଲ୍ମରେ ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ୍, ଟାଇଗର୍ ଶ୍ରଫ୍ ଓ ବାନି କପୁରଙ୍କ ଅଭିନୟକୁ ଦର୍ଶକ ଢେର ପସନ୍ଦ କରିଛନ୍ତି । ସିନେମାଟି ପ୍ରଥମ ଦିନରେ ୫୧ କୋଟି ୬୦ ଲକ୍ଷ, ୨ୟ ଦିନରେ ୨୩ କୋଟି ୧୦ ଲକ୍ଷ ରୋଜଗାର କରି ବର୍ଷର ହାଇଏଷ୍ଟ ଓପନିଂ ଫିଲ୍ମ ହୋଇପାରିଛି । ଫିଲ୍ମର ବ୍ୟବସାୟକୁ ନେଇ ସିନେ କ୍ରିଟିକ୍ ତରନ ଆଦର୍ଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିଜ ଫିଲ୍ମର ସଫଳତାକୁ ନେଇ କେକ୍ କାଟି, ଆଇସ୍କ୍ରିମ୍ ଖାଇ ସେଲିବ୍ରେଟ୍ କରିଛନ୍ତି ଲିଡ୍ ଷ୍ଟାର୍ ହ୍ରିତିକ୍, ଟାଇଗର୍, ବାନି ଓ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ।

photo-navbharattimes

ଭରପୁର ଆକ୍ସନ୍ ଓ ଥ୍ରୀଲର୍ କାହାଣୀକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି । ଏଥିରେ କବିର୍ ଚରିତ୍ରରେ ହ୍ରିତିକ୍ ଓ ଖାଲିଦ୍ ଚରିତ୍ରରେ ଅଭିନେତା ଟାଇଗର୍ ଶ୍ରଫଙ୍କୁ ଦେଖିବାକୁ ମିଳିଛି । ପରଦାରେ ପରସ୍ପରର ଶତ୍ରୁ ଭାବେ ନଜର ଆସିଛନ୍ତି ହ୍ରିତିକ୍ – ଟାଇଗର୍ ।

ଏହି ଚଳଚ୍ଚିତ୍ରରେ ଦୁହିଁଙ୍କ ଭିତରେ ଜବରଦସ୍ତ ଫାଇଟ୍ ଦେଖିବାକୁ ମିଳିଛି | ଅନ୍ୟପଟେ ହ୍ରିତିକ୍ ଓ ବାନି କପୁରଙ୍କ ରୋମାନ୍ସ ଏହି ସିନେମାର ଆଉ ଏକ ମୁଖ୍ୟ ଆକର୍ଷଣ ରହିଛି । ୟଶରାଜ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିଦେ୍ର୍ଦଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଫିଲ୍ମରେ ବିଶାଲ୍ -ଶେଖର୍ ସଙ୍ଗୀତର ଭାର ତୁଲାଇଛନ୍ତି । ଆଗାମୀ ଦିନରେ ଫିଲ୍ମଟି ଆହୁରି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର